Categories: ଜାତୀୟ

ଇଲେକ୍ଟୋରାଲ ବଣ୍ଡ୍‌ରୁ ଭାଜପା ପାଇଛି ୭୦% ଚାନ୍ଦା

ନୂଆଦିଲ୍ଲୀ,୪।୧: ୨୦୨୨-୨୩ରେ ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ୍‌ ବଣ୍ଡ୍‌ରୁ ଯେଉଁ ପାଣ୍ଠି ପାଇଛନ୍ତି, ସେଥିରୁ ଭାଜପା କେବଳ ୭୦% ଚାନ୍ଦା ପାଇଛି ବୋଲି ଆସୋସିଏଶନ ଫର୍‌ ଡେମୋକ୍ରାଟ୍ରିକ ରିଫର୍ମର୍ସ(ଏଡିଆର୍‌) ପକ୍ଷରୁ ପ୍ରକାଶ ପାଇଛି। ଏଡିଆର୍‌ ରିପୋର୍ଟ ଅନୁସାରେ ଭାରତ ରାଷ୍ଟ୍ରୀୟ ସମିତି(ବିଆର୍‌ଏସ୍‌) ୨୫% ଚାନ୍ଦା ପାଇଛି। ୩୯ଟି କର୍ପୋରେଟ ଏବଂ ବିଜ୍‌ନେସ୍‌ ହାଉସ୍‌ ୩୬୩ କୋଟି ଇଲେକ୍ଟୋରାଲ ଟ୍ରଷ୍ଟକୁ ଚାନ୍ଦା ଦେଇଥିବାବେଳେ ୩୪ କର୍ପୋରେଟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟକୁ ୩୬୦କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ସେହିପରି ସମାଜ ଇଲେକ୍ଟୋରାଲ୍‌ ଟ୍ରଷ୍ଟକୁ ଗୋଟିଏ କମ୍ପାନୀ ୨କୋଟି, ପରିବର୍ତ୍ତନ ଇଲେକ୍ଟୋରାଲ ଟ୍ରଷ୍ଟକୁ ୨ଟି କମ୍ପାନୀ ୭୫.୫କୋଟି ଏବଂ ଟ୍ରମ୍ଫ ଇଲେକ୍ଟୋରାଲ ଟ୍ରଷ୍ଟକୁ ୨ଟି କମ୍ପାନୀ କେବଳ ୫୦କୋଟି ଟଙ୍କା ଚାନ୍ଦା ଆକାରରେ ଦେଇଛନ୍ତି।
ଟ୍ରଷ୍ଟରୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ମୋଟ ଚାନ୍ଦାରୁ ଭାଜପାକୁ କେବଳ ୨୫୯.୦୮କୋଟି ଅର୍ଥାତ୍‌ ୭୦.୬୯% ମିଳିଛି। ବିଆର୍‌ଏସ୍‌କୁ ୯୦କୋଟି ଅର୍ଥାତ୍‌ ୨୪.୫୬% ମିଳିଛି। ଓ୍ବାଇଏସ୍‌ଆର୍‌ କଂଗ୍ରେସ, ଏଏପି ଏବଂ କଂଗ୍ରେସକୁ ମୋଟ ୧୭.୪୦କୋଟି ଟଙ୍କା ମିଳିଥିବା ଏଡିଆର୍‌ ରିପୋର୍ଟରେ ଉଲ୍ଲେଖ ରହିଛି। ପ୍ରୁଡେଣ୍ଟ ଇଲେକ୍ଟୋରାଲ୍‌ ଟ୍ରଷ୍ଟ ଭାଜପାକୁ ୨୫୬.୨୫କୋଟି ଟଙ୍କା ଚାନ୍ଦା ମିଳିଛି। ୨୦୨୧-୨୨ରେ ୩୩୬.୫୦କୋଟି ଟଙ୍କା ମିଳିଥିଲା। ସମାଜ ଇଲେକ୍ଟୋରାଲ୍‌ ଟ୍ରଷ୍ଟ ଆସୋସିଏଶନ ଭାଜପାକୁ ୧.୫୦କୋଟି ଟଙ୍କା ଦେଇଥିବାବେଳେ କଂଗ୍ରେସକୁ ୫୦କୋଟି ଟଙ୍କା ଦେଇଥିଲା।

Share