ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ମଧ୍ୟରେ ଭାଜପା ସରକାର କେନ୍ଦ୍ରରେ ୭ ବର୍ଷ ପୂରଣ କରିଛନ୍ତି। କଂଗ୍ରେସ ପକ୍ଷରୁ ଭାଜପା ସରକାରଙ୍କୁ ଟାର୍ଗେଟ୍ କରାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ୍ ସୁର୍ଜଓ୍ବୋଲା ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ, ଦେଶ ଇତିହାସର ୭୩ ବର୍ଷ ମଧ୍ୟରେ କେନ୍ଦ୍ରରେ ସବୁଠାରୁ ଦୁର୍ବଳ ସରକାର କ୍ଷମତାରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ପାଇଁ କ୍ଷତିକାରକ ପାଲଟିଛନ୍ତି। ଦେଶରେ ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ କରିବାରେ ସରକାର ବିଫଳ ରହିଛନ୍ତି। ଗତ ୭ ବର୍ଷ ମଧ୍ୟରେ ଦେଶରେ ବେରୋଜଗାରଙ୍କ ସଂଖ୍ୟା ୧୧.୩ ପ୍ରତିଶତ ବଢ଼ିଛି। ପେଟ୍ରୋଲ ୧୦୦ ଟଙ୍କା ପାର୍ କରିଥିବାବେଳେ ସୋରିଷ ତେଲ ୨୦୦ ଟଙ୍କା ଟପିଛି। ଏହା ଯୋଗୁ ଦେଶର ସାଧାରଣ ଜନତାଙ୍କ ଉପରେ ବୋଝ ବଢ଼ିବାରେ ଲାଗିଥିବା ସେ କହିଛନ୍ତି।