Categories: ଜାତୀୟ

ଭାଜପା ସରକାର ଗଠନ ମୁହାଁ: ମୋଦିଙ୍କୁ ନେଇ ମୁହଁ ଖୋଲିଲେ ଶିବରାଜ…

ଭୋପାଳ,୩।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳରେ ପ୍ରାରମ୍ଭିକ ଧାରାରେ ଭାଜପା ବହୁ ଆସନରେ ଆଗୁଆ ରହିଛି। ଏଥି ସହିତ କଂଗ୍ରେସର ଆସନ ସଂଖ୍ୟା ହ୍ରାସ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଭାରତୀୟ ଜନତା ପାର୍ଟିର ଏହି ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପ୍ରଥମ ଆସିଛି।

ଶିବରାଜ କହିଛନ୍ତି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ମନରେ ଅଛନ୍ତି ଏବଂ ମୋଦି ଜୀଙ୍କ ମନରେ ମଧ୍ୟପ୍ରଦେଶ ରହିଛି। ଏଠାରେ ଅନୁଷ୍ଠିତ ସଭାଗୁଡ଼ିକ ଏବଂ ସେ ଜନସାଧାରଣଙ୍କୁ ଦେଇଥିବା ଆବେଦନ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥିଲା ଏବଂ ଏହି କାରଣରୁ ଏହି ବିଜୟ ଧାରା ଆସିଛି। ଆମେ ବିଶ୍ୱସ କରୁଛୁ ଆମକୁ ସଂଖ୍ୟାଗରିଷ୍ଠତା ମିଳିବ। ଭାରତୀୟ ଜନତା ପାର୍ଟିର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା, ଅଶ୍ୱିନୀ ବୈଷ୍ଣବ ଏବଂ ଭୁପେନ୍ଦ୍ର ଯାଦବଙ୍କୁ ଶିବରାଜ ଶ୍ରେୟ ଦେଇଛନ୍ତି।

ସିଏମ ଶିବରାଜ କହିଛନ୍ତି ମୁଁ ଏହା ପୂର୍ବରୁ ମଧ୍ୟ କହିଥିଲି ଭାଜପା ବିଧାନସଭା ନିର୍ବାଚନରେ ସହଜରେ ସଂଖ୍ୟାଗରିଷ୍ଠତା ପାଇବ। କେନ୍ଦ୍ର ତଥା ରାଜ୍ୟର ଡବଲ ଇଞ୍ଜିନ ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଜନା ରାଜ୍ୟରେ ଦଳକୁ ସାହାଯ୍ୟ କରିଛି। ଲାଡଲି ଲକ୍ଷ୍ମୀ ଭଳି ଯୋଜନା ଏବଂ ବିଭିନ୍ନ ଜନ କଲ୍ୟାଣ ଯୋଜନା ଯୋଗୁଁ ରାଜ୍ୟର ଭଉଣୀମାନଙ୍କର ଭାରତୀୟ ଜନତା ପାର୍ଟି ପ୍ରତି ବହୁତ ଭଲପାଇବା ରହିଛି।

 

Share