Categories: ଜାତୀୟ

‘ମାର୍ଚ୍ଚ ସୁଦ୍ଧା ମହାରାଷ୍ଟ୍ରରେ ଭାଜପା ସରକାର’

ନୂଆଦିଲ୍ଲୀ,୨୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଦୁଇ ବର୍ଷ ପୂର୍ବରୁ ଭାଜପା ରାଜ୍ୟରେ ସରକାର ଗଢ଼ିବ। ମାର୍ଚ୍ଚ ସୁଦ୍ଧା ପରିବର୍ତ୍ତନ ଦେଖିବାକୁ ମିଳିବ। ଏଭଳି ବୟାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟରେ ରାଣେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ଭଳି ବୟାନ ଦେଇ ଗିରଫ ହୋଇଥିଲେ। ପରେ ତାଙ୍କୁ ବେଲରେ ଛଡ଼ାଯାଇଥିଲା।

ତାଙ୍କ ଦାବି ପଛରେ ଥିବା କାରଣ ପଚାରଯିବାରୁ ରାଣେ କହିଥିଲେ, ସରକାର ଗଢ଼ିବା ଓ ଭାଙ୍ଗିବା ପାଇଁ କିଛି ଗୋପନ ରଖିବାକୁ ପଡ଼ିବ।

ଶିବ ସେନା ସହ ମିଶି ଭାଜପା ୨୦୧୯ ବିଧାନସଭା ନିର୍ବାଚନ ଲଢ଼ିଥିଲା। କିନ୍ତୁ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ଗାଦି ପାଇଁ ଦୁଇ ଦଳ ଅଲଗା ହୋଇଯାଇଥିଲେ। ୫୬ ବିଧାୟକଙ୍କ ସହ ଶିବ ସେନା ଭିନ୍ନ ଆଦର୍ଶ ପୋଷଣ କରୁଥିବା ଏନ୍‌ସିପି ଓ କଂଗ୍ରେସ ସହ ହାତ ମିଳାଇଥିଲା।

Share