ଭାଜପା ସରକାର ଜନବିରୋଧୀ ସରକାର: ପାଣ୍ଡିଆନ

ଦେବଗଡ଼,୧୫ା୫: ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ବୁଧବାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମୟରେ ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭାଜପା ସରକାର ଜନବିରୋଧୀ ସରକାରର ପରିଚୟ। ଏବେ ଦେବଗଡ଼ବାସୀ ବିକାଶକୁ ଆପଣାଇବେ ନା ମିଛି ଅପପ୍ରଚାର କରୁଥିବା ଦଳକୁ ଭୋଟ୍‌ ଦେବାକୁ ବିଚାର କରନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି।

ଏଥିସହିତ ସେ କହିଛନ୍ତି, ୨୦୧୪ ଓ ୨୦୧୯ରେ ଭାଜପା ତେଲ ଦର ଓ ଏଲ୍‌ପିଜ୍‌ ଦର ହ୍ରାସ କରିବାକୁ ଦେଇଥିବା ପ୍ରତିଶ୍ରୁତି ଆଜିପର୍ଯ୍ୟନ୍ତ ପୂରଣ କରିନାହାନ୍ତି। ଦେବଗଡ଼କୁ ଏଯାଏ ଟ୍ରେନ୍‌ ଚାଲିପାରିଲା ନାହିଁ। ଏଲ୍‌ପିଜି ଦର ମାଆମାନଙ୍କ ଆଖିରେ ଲୁହ ଆଣୁଛି। ଏପରିକି ମା’ ସମଲେଇଙ୍କ ପ୍ରକଳ୍ପକୁ ମଧ୍ୟ ବନ୍ଦ କରିବାକୁ ଚକ୍ରାନ୍ତ କରିଥିଲେ ଭାଜପାର ଏମ୍‌ପି ପ୍ରାର୍ଥୀ।

Share