Categories: ଜାତୀୟ

ଭାଜପା ସରକାର ରାବଣ, ରାହୁଲ ରାମ, କଂଗ୍ରେସ ପକ୍ଷରୁ ପ୍ରଦର୍ଶନ …

ନୂଆଦିଲ୍ଲୀ, ୧୩।୬ : ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧୀ ସୋମବାର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ରେ ହାଜର ହେବାକୁ ଯିବାର କାର୍ଯ୍ୟକ୍ରମ କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ସମର୍ଥକମାନେ ରାହୁଲଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ସେମାନଙ୍କ ଦିଲ୍ଲୀ ପୋଲିସ ଗିରଫ କରିଥିଲା।

ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ବହୁ ସଂଖ୍ୟାରେ ଦଳର ନେତା ଓ ସମର୍ଥକ ଏକାଠି ହୋଇଛନ୍ତି। ରାହୁଲଙ୍କ ସମର୍ଥକମାନେ ପ୍ଲାକାର୍ଡ ଧରିଥିବାର ଦେଖାଯାଇଥିଲା ଯେଉଁଥିରେ ସତ୍ୟମେବ ଜୟତେ ଲେଖାଯାଇଛି। ଏହା ସହିତ ବନ୍ଦେ ମାତରମ୍‌ ସ୍ଲୋଗାନ ମଧ୍ୟ କଂଗ୍ରେସ ନେତା ଦେଇଛନ୍ତି।

କଂଗ୍ରେସ କର୍ମୀ କହିଛନ୍ତି ଯେ ଶାସକ ସରକାର ରାବଣର ଭୂମିକା ଗ୍ରହଣ କରୁଛନ୍ତି। ଆମେ ସେମାନଙ୍କୁ କହିବାକୁ ଚାହୁଁଛୁ ଯେ ରାହୁଲ ଗାନ୍ଧୀ ଆମର ରାମ ଏବଂ ଆମେ ତାଙ୍କ ପାଇଁ ସମର୍ପିତ। ରାହୁଲ ଗାନ୍ଧୀ ଇଡି କାର୍ଯ୍ୟାଳୟ ଛାଡିବା ପର୍ଯ୍ୟନ୍ତ ଆମେ ଆମର ବିରୋଧ ଜାରି ରଖିବୁ ବୋଲି କର୍ମୀ କହିଛନ୍ତି।

Share