Categories: ଜାତୀୟ

କେନ୍ଦ୍ରରେ ଭାଜପା ସରକାର ଆଉ ୬ ମାସ ରହିବେ, ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ହୋଇପାରେ ଲୋକସଭା ନିର୍ବାଚନ: ମମତା…

କୋଲକାତା,୨୭।୬ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କେନ୍ଦ୍ରରେ ଭାଜପା ସରକାର ଆଉ ୬ ମାସ ରହିବେ। ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ଲୋକସଭା ନିର୍ବାଚନ ହୋଇପାରେ।  ଜଲପାଇଗୁଡିରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ମମତା ବାନାର୍ଜୀ ଏହି ଦାବି କରିଛନ୍ତି।

ଆଗାମୀ ସମୟରେ ଭାଜପା କ୍ଷମତାରେ ନ ରହିପାରେ ତେଣୁ ବିଏସଏଫ ନିରପେକ୍ଷ ଭାବରେ କାର୍ଯ୍ୟ କରିବା ଉଚିତ।
ଭାଜପା ଏବେଠୁ ନିଜର ଏହାର ପରାଜୟକୁ ଦେଖୁଛି ଏବଂ ବିଭିନ୍ନ ସମ୍ପ୍ରଦାୟକୁ ଲୋଭନୀୟ ପ୍ରତିଶ୍ରୁତି ମାଧ୍ୟମରେ ଆକର୍ଷିତ କରିବାକୁ ଚେଷ୍ଟା କରୁଛି। ସୂଚନାଯୋଗ୍ୟ ୨୦୧୯ ମସିହାରେ ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୩୦ ମେ ୨୦୧୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ଶପଥ ଗ୍ରହଣ କରିଥିଲେ।

ସୀମାନ୍ତ ଅଞ୍ଚଳରେ ବିଏସଏଫ ଗୁଳିରେ ପ୍ରାଣ ହରାଇଥିବା ପ୍ରତି ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ମୁଁ ସମସ୍ତ ବିଏସଏଫ ଯବାନଙ୍କୁ ଏଥି ପାଇଁ ଦାୟୀ କରୁନାହିଁ। ସେମାନେ ଆମର ସୀମା ରକ୍ଷା କରନ୍ତି କିନ୍ତୁ ବିଏସଏଫ ନିରପେକ୍ଷ ଭାବରେ କାର୍ଯ୍ୟ କରିବା ଉଚିତ। ସୀମାବର୍ତ୍ତୀ ଅଞ୍ଚଳରେ ବିଏସଏଫ ଭୋଟରଙ୍କୁ ଭୟଭୀତ କରୁଥିବା ସେ ଅଭିଯୋଗ କରିଛନ୍ତି।

ତେବେ ବିଏସଏଫ ମମତା ବାନାର୍ଜୀଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରି କହିଛି, ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ସତ୍ୟଠାରୁ ବହୁ ଦୂରରେ।

Share