ଅଗରତାଲା/କୋହିମା,୨।୩ : ତ୍ରିପୁରା ଏବଂ ନାଗାଲାଣ୍ଡରେ ପୁଣି ଭାଜପା ସରକାର ଗଠନ ହେବାକୁ ଯାଉଛି। ଭାଜପା ୩୫ଟି ଆସନରେ ଆଗୁଆ ରହିଥିବାବେଳେ ବାମ ଦଳ ୧୩, ଟିଏମସି ୧୧ ଆସନ ଏବଂ ଅନ୍ୟଦଳ ଗୋଟିଏ ଆସନରେ ଆଗୁଆ ରହିଛି। ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୩୧ ରହିଥିବାବେଳେ ଭାଜପା ଏହାକୁ ସହଜରେ ହାତେଇ ନେବାକୁ ଯାଉଛି।
ସେହିପରି ନାଗାଲାଣ୍ଡରେ ଭାଜପା ୪୮ ଆସନରେ ଆଗୁଆ ଥିବା ବେଳେ ଏନପିଏଫ ୬, କଂଗ୍ରେସ ୧ ଏବଂ ଅନ୍ୟଦଳ ୫ ଆସନରେ ଆଗୁଆ ରହିଛନ୍ତି। ଭାଜପା ସହଜରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୩୧ ହାତେଇ ନେବାକୁ ଯାଉଛି।