ଭାଜପାରେ ଗୋଷ୍ଠୀ କନ୍ଦଳ: ଗାନ୍ଧୀ ଜୟନ୍ତୀ ପାଳନବେଳେ ଉତ୍ତେଜନା, ଝାଡୁମାଡ଼

ଯାଜପୁର/ଜେନାପୁର,୩ା୧୦ (ହର୍ଷବର୍ଦ୍ଧନ ବେହେରା/ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଭାଜପାର ଗୋଷ୍ଠୀ କନ୍ଦଳ ବୁଧବାର ଉଗ୍ରରୂପ ଧାରଣ କରିଛି। ଗାନ୍ଧୀ ଜୟନ୍ତୀ ପାଳନ ବେଳେ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, କର୍ମୀଙ୍କ ମଧ୍ୟରେ ଠେଲାପେଲା, ଗାଳିଗୁଲଜ ଓ ଝାଡ଼ୁମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା। ଏହାକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଜେନାପୁର ଥାନାରେ ଅଭିଯୋଗ କରାଯାଇଛି।
ସୂଚନା ଅନୁଯାୟୀ, ଜେନାପୁର ଥାନା ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତର ବାରକଣା ହାଟ ପଡ଼ିଆରେ ଭାଜପା ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ପାଇଁ ଆୟୋଜନ କରାଯାଇଥିଲା। ହେଲେ ସେଠାରେ ଭାଜପାର ୨ ଗୋଷ୍ଠୀଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଉଭୟ ଗୋଷ୍ଠୀର ସମର୍ଥକ ମୁହଁାମୁହିଁ ହୋଇଥଲେ। ପୋଲିସ ଉଭୟ ଗୋଷ୍ଠୀର ସଂପୃକ୍ତ ସମର୍ଥକଙ୍କୁ ଥାନାକୁ ଡାକି ତଦନ୍ତ ଚଳାଇଛି।
ଗତ ସାଧାରଣ ନିର୍ବାଚନରେ ଧର୍ମଶାଳା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଦୁଇ ଆଶାୟୀଙ୍କ ମଧ୍ୟରୁ ସ୍ମୃତିରେଖା ପହିଙ୍କୁ ଦଳ ଟିକେଟ ଦେଇଥିଲାବେଳେ ହିମାଂଶୁ ଶେଖର ସାହୁ(ଲିକୁ)ଙ୍କୁ ବାଦ ଦିଆଯାଇଥିଲା। ଏହାପରେ ଲିକୁ ସ୍ବାଧୀନ ଭାବେ ନିର୍ବାଚନ ଲଢି ବିଜେଡିର ପ୍ରଣବ ବଳଓ୍ବନ୍ତରାୟଙ୍କୁ ପରାଜିତ କରିଥିଲେ। ପରବର୍ତ୍ତୀ ସମୟରେ ବିଧାୟକ ଲିକୁ ଭାଜପାକୁ ସମର୍ଥନ କରିଥିଲେ। ନିର୍ବାଚନ ପ୍ରଚାର ସମୟରୁ ସ୍ମୃତିରେଖା ଓ ଲିକୁଙ୍କ ସମର୍ଥକଙ୍କ ମଧ୍ୟରେ ବିଭିନ୍ନ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି।
ବିଧାୟକ ଲିକୁଙ୍କ ସମର୍ଥକ ତିଲୋତ୍ତମା ମଲ୍ଲିକଙ୍କ ଅଭିଯୋଗ ଅନୁସାରେ ଘଟଣାସ୍ଥଳରେ ସଫେଇ କାର୍ଯ୍ୟକ୍ରମ ଚାଲିଥିବାବେଳେ ଭାଜପା ପ୍ରାର୍ଥୀନୀ ପହିଙ୍କ ସମର୍ଥକ ସରସ୍ବତୀ ଖଟୁଆଙ୍କୁ ଗାଳିଗୁଲଜ ସହ ଝାଡ଼ୁରେ ମାଡ଼ ମାରି ଆହତ କରିଥିଲେ। ଆହତ ସରସ୍ବତୀଙ୍କୁ ମେଡିକାଲ ନେବା ସମୟରେ ଦୁଃଖପ୍ରକାଶ କରି ଆକ୍ରମଣକାରୀଙ୍କୁ ସେ ଭର୍ସନା କରିଥିଲେ। ଏହାପରେ ଆକ୍ରମଣକାରୀମାନେ ତାଙ୍କୁ ଜାତିଆଣ ଆକ୍ଷେପ କରି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏପରିକି ସେମାନେ ଝାଡୁରେ ମାରପିଟ କରିଥିଲେ ବୋଲି ଥାନାରେ ଲିଖିତ ସେ ଅଭିଯୋଗ କରିଛନ୍ତି। ସେହିପରି ବାରକଣା ଗ୍ରାମ କମିଟିର ମୁଖିଆ ମଙ୍ଗୁଳି ଚରଣ ସାହୁଙ୍କ ଅଭିଯୋଗ ଅନୁସାରେ ବିଧାୟକଙ୍କ ସମର୍ଥକ ୫ରୁ ଉର୍ଦ୍ଧ୍ୱ ବୋଲେରୋ ଗାଡିରେ ଆସି ମାଇକ ବଜାଇ ହୋହଲ୍ଲା କରିଥିଲେ। ଏଠାରେ ଯିଏ ଗାନ୍ଧୀ ଜୟନ୍ତୀ ପାଳିବ ସେମାନଙ୍କ ମୁଣ୍ଡଗଣ୍ଡି ଅଲଗା କରି ଦିଆଯିବ। ଗ୍ରାମ ମନ୍ଦିରକୁ ଆସୁଥିବା ମହିଳାଙ୍କୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ସରସ୍ବତୀ ସାହୁ ପ୍ରତିବାଦ କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ମଙ୍ଗୁଳି ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ଜେନାପୁର ଥାନାରେ ଭାଜପା ବିଧାୟିକା ପ୍ରାର୍ଥୀନୀ ପହିଙ୍କ ସମର୍ଥକଙ୍କ ପକ୍ଷରୁ ଦୁଇଟି ଏବଂ ବିଧାୟକ ସାହୁଙ୍କ ସମର୍ଥକଙ୍କ ପକ୍ଷରୁ ତିନୋଟି ଏତଲା ଦିଆ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବବିଙ୍କ ବଡ଼ ନିଷ୍ପତ୍ତି, ରାଜନୀତିରେ ହଲଚଲ…

ଭୁବନେଶ୍ୱର,୩।୧୦: ମୁଁ ପୁଣି ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ଏପରି କହି ଯାଜପୁର ରାଜନୀତିକୁ ସରଗରମ କରିଛନ୍ତି ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ...

ଓଷ୍ଟାର ବ୍ଲକସ୍ତରୀୟ କର୍ମକର୍ତ୍ତା ଚୟନ: ଚନ୍ଦ୍ରମଣି ବାଘ ସଭାପତି, ବ୍ରଜମୋହନ ବାରିକ ହେଲେ ସମ୍ପାଦକ

ଅମରପାଲି,୩ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ହାଇସ୍କୁଲରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାମ୍ବିଧାନିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା...

ବଡ଼ଚଣା ବିଜେଡି ୩ ଫାଳ:ପୃଥକ୍‌ଭାବେ ପାଳିଲେ ଗାନ୍ଧୀ ଜୟନ୍ତୀ

ଚଣ୍ଡିଖୋଲ/ଛତିଆ,୩ା୧୦(ପ୍ରଦୀପ୍ତ କୁମାର ପୃଷ୍ଟି/ସୌମ୍ୟ ରଞ୍ଜନ ସାହୁ):ବିଜେଡି ପକ୍ଷରୁ ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ପଦଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ଏଠାରେ ବିଜେଡି ପକ୍ଷରୁ ୩...

ଶୈଳପୁତ୍ରୀ ବେଶରେ ମା’ ସମଲେଶ୍ବରୀ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବରଗଡ଼,୩।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଗୁରୁବାର ମା’ ସମଲେଶ୍ବରୀ ଶୈଳପୁତ୍ରୀ ବେଶରେ...

ଅବ୍ୟବସ୍ଥାରେ ଲୋକାର୍ପଣ ହେଲା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ

ଥୁଆମୂଳ ରାମପୁର,୨।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜଲା ଥୁଆମୁଳ ରାମପୁର ବ୍ଳକ ଅଧିନସ୍ଥ ଗୁଣୁପୁର ପଞ୍ଚାୟତ ସ୍ଥିତ ସାଇସୁରୁଣୀ ଗ୍ରାମରେ ହୋଇଥିବା ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ...

ପାଣି ପିଇବାକୁ ଆସି କେନାଲରେ ପଡ଼ିଗଲା ଦନ୍ତାହାତୀ: ଆଉ ତା’ପରେ

ଅମରପାଲି,୩।୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରଢିଆପାଲି ନିକଟରେ ହରିହର ଯୋର କେନାଲକୁ ପାଣି ପିଇବାକୁ ଆସି ଏକ ଦନ୍ତା ହାତୀ ପଡିଯାଇଥିଲା। ହାତୀଟି...

ଚର୍ଚ୍ଚାରେ ବିନାୟକ ରେସିଡେଣ୍ଟ କଲେଜ:ଅବହେଳା ପାଇଁ ୨୦୧୯ରେ ଜେଲ ଯାଇଥିଲେ ଅଧ୍ୟକ୍ଷ

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ମେଦିନିପୁର ନିକଟସ୍ଥ ବିନାୟକ ରେସିଡେଣ୍ଟ କଲେଜରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛି। ଗତ...

ରାଜରାସ୍ତାକୁ ଓହ୍ଲାଇଲା ବିଜେଡି: ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଆହ୍ବାନ

ଅମରପାଲି,୩।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବିଜେଡି ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀଠାରୁ ଜୟ ପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରା ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri