ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। ଏହିପରି ସ୍ଥିତିରେ ପଟାଙ୍ଗୀ ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ, ବିଜେଡି ଏବଂ ଭାଜପା ନିଜ ନିଜର ଦଳୀୟ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ତେବେ ମଙ୍ଗଳବାର ଭାଜପା ପକ୍ଷରୁ ଜାରି ପ୍ରାର୍ଥୀ ତାଲିକାରେ ପଟ୍ଟାଙ୍ଗି ବିଧାନ ସଭା ପାଇଁ ପ୍ରାର୍ଥୀ ବଦଳାଯାଇଛି। ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦିବାଲିଙ୍କୁ ପ୍ରାର୍ଥୀ କରିଛି ଦଳ।
ସୂଚନା ମୁତାବକ, ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀ ପାଇଁ ଭୋଟର୍‌ଙ୍କଠାରୁ ଆରମ୍ଭ କରି ଦଳୀୟ କର୍ମୀଙ୍କ କ୍ଷେତ୍ରରେ ନୂତନ ଚେହେରା ପାଇଁ ଦାବି ହୋଇ ଆସୁଥିଲା। କଂଗ୍ରେସ ଓ ବିଜେଡି ତାର ପୁରୁଣା ପ୍ରାର୍ଥୀକୁ ନିର୍ବାଚନ ମଇଦାନକୁ ଛାଡି ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି। ଅନ୍ୟପକ୍ଷରେ ଭାଜପା କିନ୍ତୁ ନୂତନ ପ୍ରାର୍ଥୀ ଚୈତନ୍ୟ ହନ୍ତାଳକୁ ନିର୍ବାଚନ ମଇଦାନକୁ ଛାଡିଥିଲା। ଏହାକୁ ନେଇ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଆଦିବାସୀ ସଙ୍ଗଠନମାନଙ୍କ କ୍ଷେତ୍ରରେ ଦେଖା ଦେଇଥିଲା ଅସନ୍ତୋଷ। ଦଳ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ପ୍ରକୃତରେ ଆଦିବାସୀ ନୁହେଁ, ମିଥ୍ୟା ଆଦିବାସୀ ଜାତିଗତ ପ୍ରମାଣପତ୍ର ଦର୍ଶାଇ ବିଧାୟକ ପ୍ରାର୍ଥୀ ହୋଇଥିବା ହନ୍ତାଳଙ୍କୁ ପରିବର୍ତ୍ତନ କରି
ପ୍ରକୃତରେ ଯିଏ ଆଦିବାସୀ ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ଦାବି ଉଠିଥିଲା। ଯାହାକୁ ନେଇ ରାଜ୍ୟ ଭାଜପା ଦଳର ଉଚ୍ଚ ପଦାଧିକାରୀ ହରଡ଼ଘଣାରେ ପଡିଯାଇଥିଲା। ଉଠିଥିବା ଦାବି ଓ ବିରୋଧର ଉତ୍ତୋଳନକୁ ତର୍ଜମା କରି ଦଳ ପକ୍ଷରୁ ୨ ଜଣ ଆଇନଜୀବୀଙ୍କୁ ନେଇ ତଦନ୍ତକାରୀ ଦଳ ଗଠନ କାରାଯାଇଥିଲା। ଉକ୍ତ ତଦନ୍ତ ଦଳର ରିପୋର୍ଟକୁ ଆଧାର କରି ପୁର୍ବରୁ ଘୋଷଣା କରିଥିବା ଚୈତନ୍ୟ ହନ୍ତାଳକୁ ଦୀର୍ଘ ୧୫ ଦିନ ପରେ ବିଧାୟକ ପ୍ରାର୍ଥୀ ଅସିଦ୍ଧ ଘୋଷଣା କରି ତାଙ୍କ ସ୍ଥାନରେ ଜଣେ ପରଜା ସମ୍ପ୍ରଦାୟର ଉଚ୍ଚ ଶିକ୍ଷିତ ଯୁବକ ଚୈତନ୍ୟ ନନ୍ଦିବାଲିଙ୍କୁ ଦଳୀୟ
ପ୍ରାର୍ଥୀ ଭାବେ ଘୋଷଣା କରିଛି। ଏହାକୁ ନେଇ କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି। ବର୍ତ୍ତମାନ ଏହାକୁ ନେଇ ଉକ୍ତ ନିର୍ବାଚନ ମଣ୍ଡଳୀରେ ହନ୍ତାଳଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ। ଚୈତନ୍ୟ ନନ୍ଦିବାଲି ୨୦୧୯ରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ୦୮ ହଜାର ୨୩୮ ଭୋଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଚିନ୍ତା ବଢ଼ାଉଛି ଜଙ୍ଗଲରେ ଗଞ୍ଜେଇ ଚାଷ

ଦାରିଙ୍ଗବାଡି,୧୬।୯(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ...

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri