Categories: ଜାତୀୟ

ବିହାର ସମେତ ୪ ରାଜ୍ୟରେ ଅଧ୍ୟକ୍ଷ ବଦଳାଇଲା ଭାଜପା, ଓଡ଼ିଶା ଅଧ୍ୟକ୍ଷ ମନମୋହନ ସାମଲ…

ନୂଆଦିଲ୍ଲୀ,୨୩।୩ : ଭାରତୀୟ ଜନତା ପାର୍ଟି ଗୁରୁବାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଭାଜପା ବିହାର, ଦିଲ୍ଲୀ, ରାଜସ୍ଥାନ ଏବଂ ଓଡିଶାରେ ଭାଜପାର  ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରିଛି।
ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମର ଚୌଧୁରୀଙ୍କୁ ବିହାର ଭାଜପାର ଅଧ୍ୟକ୍ଷ କରିଛନ୍ତି।

ସେହିପରି ସିପି ଯୋଶୀଙ୍କୁ ରାଜସ୍ଥାନ, ମନମୋହନ ସାମଲଙ୍କୁ ଓଡିଶା ଏବଂ ବିରେନ୍ଦ୍ର ସଚ୍ଚଦେବଙ୍କୁ ଦିଲ୍ଲୀର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି।

Share