Categories: ଜାତୀୟ

ଭାଜପାକୁ ଧୋକାବାଜ୍‌ କହିଲେ ଅଖିଳେଶ

ଲକ୍ଷ୍ନୌ,୧୩।୧୦: ସମାଜବାଦୀ ପାର୍ଟି ମିଶନ ୨୦୨୪ ଜିତିବା ପ୍ରୟାସ ଆରମ୍ଭ କରିଛି। ଦଳ ସୁପ୍ରିମୋ ଅଖିଳେଶ ଯାଦବ ନବରାତ୍ରିରେ ୨୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶରୁ ୮୦ଟି ଲୋକ ସଭା ଆସନ ଜିତିବାର ଲକ୍ଷ୍ୟ ରଖିଥିବା ଅଖିଳେଶ କହିଛନ୍ତି
ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ସାଧାରଣ ଭୋଟର ଅନୁଭବ କରୁଛନ୍ତି ଯେ ଭାଜପା ଗଣତନ୍ତ୍ର ଏବଂ ସମ୍ବିଧାନକୁ ନଷ୍ଟ କରିଛି। ଭାଜପା ଲୋକଙ୍କ ସହ ପ୍ରତାରଣା କରିଛି। ଭାଜପା ଧୋକାବାଜ୍‌। ତେଣୁ ଭାଜପାକୁ ଆଗାମୀ ନିର୍ବାଚନରେ ପରାସ୍ତ କରିବାକୁ ମିଳିତ ମେଣ୍ଟ ‘ଇଣ୍ଡିଆ’ର ସମସ୍ତ ଦଳ ଏକାଠି ରହିବାକୁ ମନସ୍ଥ କରିଛନ୍ତି।

Share