Categories: ଜାତୀୟ

ଭାଜପାକୁ ଶୁଣାଗଲାଣି ମୃତ୍ୟୁ ଧ୍ୱନି: ମହୁଆ ମୋଇତ୍ର…

କୋଲକାତା,୧୮।୭ : ବର୍ତ୍ତମାନ ଇଣ୍ଡିଆ କୁହାଯାଉଥିବା ବିରୋଧୀ ଦଳ ମଙ୍ଗଳବାର ଦିନ ଏହାର ମେଗା ବୈଠକ ଶେଷ କରିଥିବାରୁ ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ର ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) କୁ କଡ଼ା ଚେତାବନୀ ଦେଇଛନ୍ତି , ଦଳ ମୃତ୍ୟୁର ଧ୍ୱନି ଶୁଣିପାରୁଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତ ସେ ଜଣେ ମିଥ୍ୟାଗୁରୁ।

ପ୍ରଧାନମନ୍ତ୍ରୀ ବିରୋଧୀ ଦଳର ବିରୋଧରେ ବଂଶବାଦ, ପରିବାରବାଦ ଅଭିଯୋଗ ଆଣିଛନ୍ତି। ନଭେମ୍ବରରେ ଶେଷ ବିଧାନସଭା ଉପନିର୍ବାଚନରେ ଆଦାମପୁର, ହରିୟାଣା; ମୁନୁଗୋଡେ, ତେଲେଙ୍ଗାନା ଏବଂ ଗୋଲା ଗୋକର୍ଣ୍ଣନାଥରେ ଭାଜପା ପକ୍ଷରୁ ବଂଶବାଦ ଆଧାରରେ ଟିକଟ ପ୍ରଦାନ କରାଯାଇଥିଲା। ଭାଜପା ଏମପିଙ୍କ ମଧ୍ୟର ୧୨ ପ୍ରତିଶତ ବଂଶବାଦ ରାଜନୀତି କରୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା।

Share