Categories: ଜାତୀୟ

ଭାଜପାକୁ ମିଳିଛି ୬୧୪.୫୩ କୋଟି ଚାନ୍ଦା

ନୂଆଦିଲ୍ଲୀ,୧।୧୨(ପି.ଟି.) : ୨୦୨୧-୨୨  ବର୍ଷରେ ଶାସକ ଭାଜପାକୁ ୬୧୪.୫୩ କୋଟି ଟଙ୍କା ଚାନ୍ଦା ମିଳିଛି, ଯାହା ବିରୋଧୀ ଦଳ କଂଗ୍ରେସ ପାଇଥିବା ଚାନ୍ଦା ତୁଳନାରେ ୬ ଗୁଣରୁ ଅଧିକ। ଏହି ସମୟ ମଧ୍ୟରେ କଂଗ୍ରେସକୁ ୯୫.୪୬ କୋଟି ଟଙ୍କା ଚାନ୍ଦା ମିଳିଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସକୁ ଗତ ଆର୍ଥିକ ବର୍ଷରେ ୪୩ ଲକ୍ଷ ଟଙ୍କା ମିଳିଥିବାବେଳେ କେରଳରେ କ୍ଷମତାରେ ଥବା ସିସିଆଇ-ଏମ୍‌କୁ ୧୦.୦୫ କୋଟି ଟଙ୍କା ଚାନ୍ଦା ମିଳିଛି।

ଏହି ୪ ଜାତୀୟ ଦଳ ପାଇଥିବା ଚାନ୍ଦା ସମ୍ପର୍କିତ ରିପୋର୍ଟ ନିକଟରେ ନିର୍ବାଚନ କମିଶନରେ ଦାଖଲ କରିଥିବାବେଳେ ମଙ୍ଗଳବାର ଏହାକୁ ସାର୍ବଜନୀନ କରାଯାଇଛି। କୌଣସି ବ୍ୟକ୍ତି ବା ସଂସ୍ଥାଠାରୁ ୨୦,୦୦୦ରୁ ଊର୍ଦ୍ଧ୍ୱ ଟଙ୍କା ଚାନ୍ଦା ଆକାରରେ ଗ୍ରହଣ କରିଥିଲେ, ଦଳଗୁଡ଼ିକୁ ସେମାନଙ୍କ ବାର୍ଷିକ ରିପୋର୍ଟରେ ତାହା ଦାଖଲ କରିବା ପାଇଁ ଜନପ୍ରତିନିଧି ଆଇନରେ ବ୍ୟବସ୍ଥା ରହିଛି। ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାରେ ଥିବା ଆମ୍‌ ଆଦ୍‌ମୀ ପାର୍ଟି ଗତ ଆର୍ଥତ୍କ ବର୍ଷରେ ୪୪.୫୪ କୋଟି ଟଙ୍କା ଚାନ୍ଦା ସଂଗ୍ରହ କରିଛି।

Share