Categories: ଜାତୀୟ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଜପା ପାଖରେ ରହିଛି ଆବଶ୍ୟକ ଭୋଟ…

ନୂଆଦିଲ୍ଲୀ, ୩।୭ : ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସହଯୋଗୀ ତଥା ବନ୍ଧୁ ଦଳର ସମର୍ଥନ ଆବଶ୍ୟକ କରୁଛି। ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭାଜପା ପାଖରେ ପର୍ଯ୍ୟାପ୍ତ ଭୋଟ ରହିଛି। ଉପରାଷ୍ଟ୍ରପତି ନିର୍ବାଚନରେ ମନୋନୀତ ଏମ୍‌ପିଙ୍କ ସମେତ କେବଳ ଲୋକ ସଭା ଓ ରାଜ୍ୟ ସଭାର ସଦସ୍ୟମାନେ ଭୋଟ ଦେଇପାରିବେ।

ଏହି ନିର୍ବାଚନରେ ଲୋକସଭାର ୫୪୩ ଏବଂ ରାଜ୍ୟସଭାର ୨୩୨ ଜଣ ଏମ୍‌ପି ଭୋଟ ଦେବେ। ନିକଟରେ ଶେଷ ହୋଇଥିବା ରାଜ୍ୟ ସଭା ନିର୍ବାଚନରେ ଭାଜପା ତିନିଟି ଆସନ ହରାଇଛି। ରାଜ୍ୟ ସଭାରେ ଏହାର ଶକ୍ତି ଜୁଲାଇ ୧ରେ ୯୨ର ପହଞ୍ଚିଛି। ଲୋକ ସଭାରେ ଭାଜପା ଏବଂ ଏନଡିଏର ବହୁମତ ରହିଛି। ଉପ-ନିର୍ବାଚନରେ ଭାଜପା ଦୁଇଟି ଆସନ ଜିତିଛି। ଏହା ସହ ଲୋକ ସଭାରେ ଭାଜପା ଏମ୍‌ପିଙ୍କ ସଂଖ୍ୟା ୩୦୩କୁ ବୃଦ୍ଧି ପାଇଛି।

ଉପରାଷ୍ଟ୍ରପତି ନିର୍ବାଚନରେ ଭାଜପାର ମୋଟ ୩୯୫ ଏମ୍‌ପି ବା ଭୋଟ ଅଛି, ଯାହା ଜିତିବା ପାଇଁ ଆବଶ୍ୟକ ୩୮୮ ରୁ ସାତ ଅଧିକ ରହିଛି।

୨୦୨୨ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରି ସାରିଛନ୍ତି। ଅଗଷ୍ଟ ୬ ରେ ମତଦାନ ଅନୁଷ୍ଠିତ ହେବ। ବର୍ତ୍ତମାନର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ରେ ଶେଷ ହେବ। ଆସନ୍ତା ମୌସୁମୀ ଅଧିବେଶନ ସୁଦ୍ଧା ଉପରାଷ୍ଟ୍ରପ୍ରତି ନିର୍ବାଚିତ ହେବା ସହିତ ରାଜ୍ୟ ସଭାରେ ଅଧ୍ୟକ୍ଷତା କରିବେ।

Share