Posted inଜାତୀୟ

ଭାଜପାରେ ଦେଶର ସବୁଠୁ ଧନୀ, ଗରିବ ବିଧାୟକ

ନୂଆଦିଲ୍ଲୀ,୨୦ା୩: ଭାଜପାରେ ଅଛନ୍ତି ଦେଶର ସବୁଠୁ ଧନୀ ଏବଂ ଗରିବ ବିଧାୟକ। ମହାରାଷ୍ଟ୍ରର ଘଟକୋପର ପୂର୍ବ ଆସନରେ ଭାଜପା ଟିକେଟ୍‌ରେ ବିଜୟୀ ହୋଇଥିବା ପରାଗ ଶାହା ଦେଶର ସବୁଠୁ ଧନୀ। ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୩,୩୮୩ କୋଟି ଟଙ୍କା। ସେହିପରି ପଶ୍ଚିମବଙ୍ଗର ଇନ୍ଦସ ବିଧାନସଭା ଆସନରୁ ବିଜୟୀ ହୋଇଥିବା ଭାଜପା ନେତା ନିର୍ମଳ କୁମାର ଧାରା ହେଉଛନ୍ତି ସମସ୍ତଙ୍କଠାରୁ ଗରିବ। ଅନୁସୂଚିତ ଜାତି (ଏସ୍‌ସି) ବର୍ଗର ନେତା ନିର୍ମଳଙ୍କ ନାମରେ ମାତ୍ର ୧୭୦୦ ଟଙ୍କାର ସମ୍ପତ୍ତି ରହିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ଏଡିଆର୍‌) ରିପୋର୍ଟରେ ଦର୍ଶାଯାଇଛି। ଦେଶର ୪,୦୯୨ ବିଧାୟକଙ୍କ ସମ୍ପତ୍ତି ଏବଂ ଆପରାଧିକ ରେକର୍ଡ ବ୍ୟତୀତ ଅନେକ ଦିଗ ଉପରେ ଏଡିଆର୍‌ ଅଧ୍ୟୟନ କରିଛି। ଓଡ଼ିଶାର ସବୁଠୁ ଗରିବ ବିଧାୟକ ହେଉଛନ୍ତି ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୨୪ରେ ବିଜୟୀ ହୋଇଥିବା ଭାଜପା ନେତ୍ରୀ ସଞ୍ଜଳି ମୁର୍ମୁ। ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ସଞ୍ଜଳିଙ୍କ ନାମରେ ମୋଟ ୩୫ ହଜାର ୭୬ ଟଙ୍କାର ସମ୍ପତ୍ତି ରହିଛି।
ଦେଶର ପ୍ରାୟ ୪ ହଜାର ବିଧାୟକଙ୍କ ପାଖରେ ରହିଛି ପାଖାପାଖି ୭୩ ହଜାର କୋଟି ଟଙ୍କା, ଯାହାକି ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟର ମୋଟ ବଜେଟଠାରୁ ଅଧିକ। ଦଳ ଅନୁଯାୟୀ ବିଧାୟକମାନଙ୍କ ସମ୍ପତ୍ତିକୁ ଦେଖିଲେ, ଭାଜପାର ୧,୬୫୩ ବିଧାୟକଙ୍କ ପାଖରେ ୨୬ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ କଂଗ୍ରେସର ୬୪୬ ବିଧାୟକଙ୍କ ମୋଟ ସମ୍ପତ୍ତି ହେଉଛି ପ୍ରାୟ ୧୭ ହଜାର କୋଟି ଟଙ୍କା। ଏହି ଦୁଇ ଜାତୀୟ ଦଳ ପରେ ଟିଡିପିର ୧୩୪ ବିଧାୟକଙ୍କ ପାଖରେ ପ୍ରାୟ ୯ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଥିବା ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି।
୧୦ ଧନୀ ବିଧାୟକଙ୍କ ମଧ୍ୟରେ ପରାଗ ଶାହା (୩,୩୮୩ କୋଟି ଟଙ୍କା) ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି କର୍ନାଟକର କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର (୧୪୧୩ କୋଟି ଟଙ୍କା), କର୍ନାଟକର ସ୍ବାଧୀନ ବିଧାୟକ କେ. ଏଚ୍‌. ପୁଟ୍ଟସ୍ବାମୀ ଗୌଡ଼ା (୧୨୬୭ କୋଟି), କର୍ନାଟକର କଂଗ୍ରେସ ବିଧାୟକ ପ୍ରିୟକ୍ରିଷ୍ଣା (୧୧୫୬ କୋଟି), ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ (୯୩୧ କୋଟି), ଆନ୍ଧ୍ରପ୍ରଦେଶ ଟିଡିପି ନେତା ପୋଙ୍ଗୁରୁ ନାରାୟଣ (୮୨୪ କୋଟି), ଆନ୍ଧ୍ରପ୍ରଦେଶ ଓ୍ବାଇଏସ୍‌ଆର୍‌ସିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀ (୭୫୭ କୋଟି), ଆନ୍ଧ୍ରପ୍ରଦେଶ ଟିଡିପି ବିଧାୟିକା ଭି. ପ୍ରଶାନ୍ତି ରେଡ୍ଡୀ (୭୧୬ କୋଟି), ଗୁଜରାଟର ଭାଜପା ବିଧାୟକ ଜୟନ୍ତୀଭାଇ ସୋମାଭାଇ ପଟେଲ (୬୬୧ କୋଟି) ଏବଂ କର୍ନାଟକର କଂଗ୍ରେସ ବିଧାୟକ ସୁରେଶ ବି.ଏସ୍‌. (୬୪୮ କୋଟି ଟଙ୍କା)।
ସେହିପରି ଦେଶର ୧୦ ଗରିବ ବିଧାୟକଙ୍କ ତାଲିକାରେ ନିର୍ମଳ କୁମାର ଧାରା (୧,୭୦୦ ଟଙ୍କା) ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ପଞ୍ଜାବର ଆପ୍‌ ବିଧାୟକ ନରିନ୍ଦର ପାଲ୍‌ ସିଂ ସାଓ୍ବନା (୧୮,୩୭୦ ଟଙ୍କା), ପଞ୍ଜାବର ଆପ୍‌ ବିଧାୟକ ନରିନ୍ଦର କୌର ଭାରାଜ (୨୪,୪୦୯ ଟଙ୍କା), ଜମ୍ମୁ ଓ କଶ୍ମୀରର ଆପ୍‌ ବିଧାୟକ ମେହରାଜ ମଲିକ (୨୯,୦୭୦ ଟଙ୍କା), ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ପୁଣ୍ଡରୀକାକ୍ଷ ଶାହା (୩୦,୪୨୩ ଟଙ୍କା), ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ବିଧାୟକ ଅନିଲ କୁମାର ଅନିଲ ପ୍ରଧାନ (୩୦,୪୯୬ ଟଙ୍କା), ଓଡ଼ିଶାର ଭାଜପା ବିଧାୟିକା ସଞ୍ଜଳି ମୁର୍ମୁ (୩୫,୦୭୬ ଟଙ୍କା), ପଶ୍ଚିମବଙ୍ଗର ଭାଜପା ବିଧାୟିକା ଚନ୍ଦନା ବାଉରୀ (୬୨,୨୯୬ ଟଙ୍କା), ତ୍ରିପୁରାର ଟିପ୍ରା ମୋଥା ପାର୍ଟି ବିଧାୟିକା ନନ୍ଦିତା ଦେବବର୍ମା (୬୩,୦୦୦ ଟଙ୍କା) ଏବଂ ବିହାରର ଆର୍‌ଜେଡି ବିଧାୟକ ରାମବିକାଶ ସାଡ଼ା (୭୦,୦୦୦ ଟଙ୍କା)।
ଦେଶର ଦକ୍ଷିଣାଞ୍ଚଳରେ ସବୁଠୁ ବେଶି ଧନୀ ବିଧାୟକ ରହିଛନ୍ତି। ସବୁଠୁ ବେଶୀ କର୍ନାଟକରେ ୩୧ ଜଣ, ଆନ୍ଧ୍ରପ୍ରଦେଶରେ ୨୭ଜଣ ବିଲେନିୟର ବିଧାୟକ ରହିଛନ୍ତି। ସେହିପରି ଏହି ତାଲିକାରେ ମହାରାଷ୍ଟ୍ରର ୧୮ଜଣ, ତେଲଙ୍ଗାନାରେ ୭ ଏବଂ ଗୁଜରାଟ ୬ଜଣ ବିଧାୟକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ରାଜ୍ୟବ୍ୟାପୀ ବନ୍ଦ ଡାକରା, ବ୍ୟାଙ୍କ୍‌ ଠାରୁ ସ୍କୁଲ ପର୍ଯ୍ୟନ୍ତ ଜାଣନ୍ତୁ କ’ଣ ଖୋଲା ଓ ବନ୍ଦ

ନୂଆଦିଲ୍ଲୀ,୨୧।୩: ଆସନ୍ତାକାଲି ଚକ-ଅଖ ସବୁ ବନ୍ଦ । ଗତ ମାସରେ ସୀମାନ୍ତବର୍ତ୍ତୀ ଜିଲ୍ଲା ବେଲାଗାଭିରେ ମରାଠି ନ ଜାଣିବା କାରଣରୁ ଜଣେ ସରକାରୀ ବସ କଣ୍ଡକ୍ଟରଙ୍କ...

VIDEO: ବିଧାନସଭାରୁ ଭାଜପା ବିଧାୟକଙ୍କୁ ଟେକି ନେଇ ବାହାର କରିଦେଲେ ସୁରକ୍ଷାକର୍ମୀ, ରାଜ୍ୟରେ ହଇଚଇ

ବେଙ୍ଗାଲୁରୁ,୨୧।୩: ୪୮ ଜଣ ନେତାଙ୍କୁ ହନି ଟ୍ରାପ କରିବା ଅଭିଯୋଗ ପରେ କର୍ନାଟକ ବିଧାନସଭାରେ ଶୁକ୍ରବାର ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିଧାନସଭାର ଭାଜପା ବିଧାୟକମାନେ...

ଜାଣନ୍ତୁ ଭାରତୀୟ ରେଲଓ୍ବେରେ କେଉଁ କେଉଁ ପଦବୀ ଥାଏ? A ଠାରୁ D ବର୍ଗରେ ମିଳେ କେତେ ଦରମା

ନୂଆଦିଲ୍ଲୀ,୨୧।୩: ଭାରତୀୟ ରେଳବାଇ ୧୬ ଏପ୍ରିଲ ୧୮୫୩ରେ ଆରମ୍ଭ ହୋଇଥିଲା। ପ୍ରତିଦିନ କୋଟି କୋଟି ଲୋକ ଏଥିରେ ଯାତ୍ରା କରନ୍ତି। ଭାରତୀୟ ରେଳବାଇ ଏସିଆର ସର୍ବବୃହତ...

ଦିଲ୍ଲୀ ପରାଜୟ ପରେ ଆପ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପରାଜୟ ପରେ ଦଳ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଦଳ...

ଆଉ ୧୦ଦିନ ପରେ ଆରମ୍ଭ ହେବାକୁ ଯାଉଛି ୟୁନିଫାଏଡ ପେନସନ ଯୋଜନା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୧।୩: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ନିଶ୍ଚିତ ପେନସନ ପ୍ରଦାନ କରିବା ପାଇଁ ୟୁନିଫାଏଡ ପେନସନ ଯୋଜନା (UPS) ୧ ଏପ୍ରିଲ, ୨୦୨୫ ରୁ ଆରମ୍ଭ ହେବାକୁ ଯାଉଛି।...

ଅମିତ ଶାହଙ୍କ ବଡ଼ ପ୍ରତିଶ୍ରୁତି: ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲବାଦ ହେବ ମୁକ୍ତ

ନୂଆଦିଲ୍ଲୀ,୨୧।୩: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ରାଜ୍ୟ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିଛନ୍ତି। ଏହି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ୩୧ ମାର୍ଚ୍ଚ,...

ସଂସଦରେ ଜେପି ନଡ୍ଡାଙ୍କୁ ସାଂଘାତିକ ପ୍ରଶ୍ନ ପଚାରିଦେଲେ ହେମା ମାଳିନୀ, ସମସ୍ତେ କାବା

ନୂଆଦିଲ୍ଲୀ,୨୧।୩: ଲୋକ ସଭାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଭାଜପା ଏମପି ହେମା ମାଳିନୀ ଆଜି ସଂସଦରେ ନିଜ ଦଳର ନେତାଙ୍କୁ ଘେରିଥିଲେ। ସେ କେନ୍ଦ୍ରର...

ନିଜ ପୁଅକୁ ମୁଖ୍ୟମନ୍ତ୍ରୀ ବସାନ୍ତୁ ନୀତୀଶ କୁମାର: କାହିଁକି ଏମିତି ଦାବି କଲେ ରାବ୍ରି ଦେବୀ

ପାଟନା,୨୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ନୀତିଶ କୁମାର ରାବ୍ରିଙ୍କୁ ମୁଖ୍ୟମନ୍ତ୍ରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image