ଚଣ୍ଡିଗଡ଼,୩୦।୯: ପଞ୍ଜାବର ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଭାଜପା ପକ୍ଷରୁ କ୍ୟାପଟେନ୍ଙ୍କ ହାତରେ ବଲ୍ ଧରାଇ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି। କ୍ୟାପଟେନ୍ଙ୍କୁ ୨ଟି ବିକଳ୍ପ ଦିଆଯାଇଛି। ପ୍ରଥମଟି ହେଉଛି ଯଦି ସେ ଚାହାନ୍ତି ତେବେ ଭାଜପାରେ ଯୋଗଦେଇ ପାରିବେ। ଏ ନିଷ୍ପତ୍ତି ଭାଜପା ସମ୍ପୂର୍ଣ୍ଣ ଭାବେ କ୍ୟାପଟେନ୍ଙ୍କୁ ଛାଡ଼ିଛି।
ଅପରପକ୍ଷରେ ଦ୍ୱିତୀୟ ବିକଳ୍ପ ଅନ୍ତର୍ଗତ ପଞ୍ଜାବରେ ଭାଜପା ଅଲଗା ରହି କ୍ୟାପଟେନ୍ଙ୍କୁ ସମର୍ଥନ କରିବ। ଏବେ ଚୂଡ଼ାନ୍ତ ନିଷ୍ପତ୍ତି ଭାଜପା ପକ୍ଷରୁ କ୍ୟାପଟେନ୍ଙ୍କ ଉପରେ ଛାଡ଼ି ଦିଆଯାଇଛି ବୋଲି ଆଲୋଚନା ହେଉଛି।
ଏପରି ମଧ୍ୟ ଚର୍ଚ୍ଚା ହେଉଛି ଯେ, କ୍ୟାପଟେନ୍ଙ୍କୁ ରାଜ୍ୟ ସଭା ଏମ୍ପି କରାଇ ପରେ କେନ୍ଦ୍ର କ୍ୟାବିନେଟ୍ରେ କୃଷିମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରି ଭାଜପା ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନରେ ପୂର୍ଣ୍ଣଛେଦ ପକାଇବାକୁ ଚାହୁଁଛି।