Categories: ଜାତୀୟ

ବ୍ରିଜ୍‌ ଭୂଷଣଙ୍କୁ କଡ଼ା ତାଗିଦ୍‌ କଲେ ଭାଜପା ହାଇକମାଣ୍ଡ, କହିଲେ ଭିନେଶଙ୍କୁ…

ନୂଆଦିଲ୍ଲୀ,୮।୯: ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ୍‌ ହେବାକୁ ନେଇ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ ଲଗାତାର ତାଙ୍କ ଉପରେ ଟିପ୍ପଣୀ ଦେଇ ଆସୁଛନ୍ତି। ଏଥିସହ ସେ ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ କଂଗ୍ରେସ ଆନ୍ଦୋଳନ କହିଥିଲେ। ତେବେ ଏହାରି ଭିତରେ ଭାଜପା ହାଇକମାଣ୍ଡ ବ୍ରିଜଭୂଷଣଙ୍କୁ ତାଗିଦ୍‌ କରିଛନ୍ତି। ତାଙ୍କୁ ଭିନେଶ ଓ ବଜରଙ୍ଗ ପୁନିଆଙ୍କ ଉପରେ କୌଣସି ବିବାଦୀୟ ଟିପ୍ପଣୀ ନ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି।

କୁହାଯାଉଛି କି, ହରିୟାଣା ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ରିଜଭୂଷଣଙ୍କୁ ଏପରି ନିର୍ଦ୍ଦେଶ ଦିଆଯାଇଛି। କାରଣ ତାଙ୍କ ବୟାନ ଭାଜପା ପାଇଁ ନିର୍ବାଚନରେ ଜିତିବାକୁ ଓଲଟା ସାବ୍ୟସ୍ତ କରିପାରେ। ଏଥିପାଇଁ ଭାଜପା ନେତାଙ୍କୁ ଏପରି କୌଣସି ବିବାଦୀୟ ବୟାନ ନ ଦେବାକୁ କୁହାଯାଇଛି ଯେଉଁଥିରେ ଦଳର ଭୋଟବ୍ୟାଙ୍କ ଉପରେ ପ୍ରଭାବ ପଡିବ।

କହିରଖୁଛୁ କି, ଭାରତୀୟ ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ କଂଗ୍ରେସରେ ସାମିଲ୍‌ ହେବା ପରଠାରୁ ଭାଜପା ନେତା ବ୍ରିଜ ଭୂଷଣ ଲଗାତାର ତାଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଭାଜପା ନେତା ଭିନେଶଙ୍କୁ ଟାର୍ଗେଟ କରି ଏମିତି ବି କହି ଦେଇଥିଲେ କି, ଭିନେଶ ଅଲିମ୍ପିକ୍ସକୁ ଯିବାକୁ ଯୋଗ୍ୟ ନ ଥିଲେ। ଯାହାକୁ ନେଇ ଲଗାତାର ଦୁଇ ପଟରୁ ବୟାନବାଜି ଲାଗି ରହିଛି।

Share