ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାଇନାକୁ ନେଇ ଯେଉଁ ବୟାନ ଦେଇଥିଲେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛି ଭାଜପା। ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସୁଧାଂଶୁ ତ୍ରିବେଦୀ କହିଛନ୍ତି, ରାହୁଲ ଗାନ୍ଧୀ ପ୍ରେମର ନୁହେଁ, ବରଂ ପ୍ରତାରଣାର ଦୋକାନ। ରାହୁଲ ଗାନ୍ଧୀ ପ୍ରତାରଣାର ବଜାରରେ ପ୍ରେମର ଦୋକାନ ଖୋଲିଛନ୍ତି।
ଭାଜପା ନେତା ତାଙ୍କ ଖବରଦାତା ସମ୍ମିଳନୀରେ ଆହୁରି କହିଛନ୍ତି ଯେ ରାହୁଲ ପୁଣିଥରେ ଚାଇନା ଉପରେ ଅଯଥା ବୟାନ ଦେଇଛନ୍ତି। ଭିତ୍ତିହୀନ ବୟାନ ଦେବାରେ ରାହୁଲ ପାରଦର୍ଶୀ। ସେମାନେ ଚାଇନାକୁ ଏତେ ଭଲ ପାଆନ୍ତି କାହିଁକି ବୋଳଇ ସେ ପ୍ରଶ୍ନ କରିବା ସହ ଚାଇନା ସହିତ ରାହୁଲଙ୍କ ସମ୍ପର୍କ କ’ଣ ବୋଲଇ ବି ସେ ପଚାରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନେହେରୁ ଚାଇନାକୁ ସାହାଯ୍ୟ କରିଛନ୍ତି। ନେହେରୁ ଚାଇନା ସେନାକୁ ଚାଉଳ ଦେଇଥିଲେ।
ଆମେ ଚାଇନା ସହିତ କଂଗ୍ରେସ ସରକାରଙ୍କ ସମ୍ପର୍କ ଏବଂ ଆମ ସରକାରଙ୍କ ସମ୍ପର୍କକୁ ସ୍ପଷ୍ଟ କରିବାକୁ ଚାହୁଁଛୁ। ୨୦୨୦ରେ, ବେଜିଂ ସ୍ଥିତ ଥିଙ୍କ ଟ୍ୟାଙ୍କ କହିଛି ଯେ ଆମ ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆସିବା ପରେ ଥିଆନମାନ ସ୍କୋୟାର ପରଠାରୁ ଚାଇନା ସବୁଠାରୁ ଖରାପ କୂଟନୈତିକ ବିଚ୍ଛିନ୍ନତା ଦେଇ ଗତି କରୁଛି। ଅର୍ଥାତ୍ ଥିଆନମାନ ସ୍କୋୟାର୍ ପୁଲୱାମା ଆକ୍ରମଣ ପରେ ଚାଇନା ସବୁଠାରୁ ଖରାପ କୂଟନୈତିକ ସମୟ ଦେଇ ଗତି କରିବା ସ୍ଥିତିରେ ଅଛି। ସେଠାକାର ଲୋକମାନେ ଏହା କହୁଛନ୍ତି।