କେନ୍ଦ୍ରାପଡ଼ାରେ ଏମ୍‌ପିରେ ଭାଜପା, ବିଧାନସଭାରେ ବିଜେଡି ଆଗୁଆ

କେନ୍ଦ୍ରାପଡ଼ା,୪ା୬(ଜଗନ୍ନାଥ ଧଳ): ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍‌ ଗଣତି ଚାଲିଛି। ମଙ୍ଗଳବାର ସକାଳ ୮ଟାରୁ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଥିବା ଏହି ଗଣତିରେ ଜିଲାର ଏମ୍‌ପି ଆସନରେ ଭାଜପା ଓ ବିଧାନସଭାରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗଣତି ପରେ ବିଜେଡି ଲୋକ ସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ୯୧୩୩ ଖଣ୍ଡ ଭୋଟ୍‌ ପାଇଛନ୍ତି। ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୧୦,୫୪୧ ଖଣ୍ଡ ଭୋଟ୍‌ ପାଇଛନ୍ତି। ଜିଲାର କେନ୍ଦ୍ରାପଡ଼ା ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଗଣେଶ୍ୱର ବେହେରା ୩୮୯୪ଖଣ୍ଡ ଭୋଟ୍‌ ପାଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ ୨୦୨୭ ଖଣ୍ଡ ଭୋଟ୍‌ ପାଇଛନ୍ତି। ପାଟକୁରା ଆସନରେ ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ୫୮୫୪ ଖଣ୍ଡ ଭୋଟ୍‌ ପାଇଛନ୍ତି। ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପା ପ୍ରାର୍ଥୀ ତେଜେଶ୍ୱର ପରିଡ଼ା ୫୨୯୦ଖଣ୍ଡ ଭୋଟ୍‌ ପାଇଛନ୍ତି। ଆଳି ଆସନରେ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ୨୫୧୮ଖଣ୍ଡ ଭୋଟ୍‌ ପାଇଛନ୍ତି। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ୧୭୮୪ ଖଣ୍ଡ ଭୋଟ୍‌ ପାଇଛନ୍ତି।

Share