Categories: ଜାତୀୟ

ଅମରିନ୍ଦରଙ୍କ ସହ ମେଣ୍ଟ ଉପରେ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୪।୧୨: ପଞ୍ଜାବ ବିଧାନସଭା ନିର୍ବାଚନରେ ମେଣ୍ଟ ଗଠନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ଶିରୋମଣି ଅକାଳୀ ଦଳର ପୂର୍ବତନ ନେତା ଶୁଖଦେବ ସିଂ ଧିଂସାଙ୍କ ସହ ଭାଜପାର ଆଲୋଚନା ଚାଲିଛି। ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏହି ସୂଚନା ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶାହା କହିଛନ୍ତି, ପଞ୍ଜାବ ଓ ଉତ୍ତର ପ୍ରଦେଶ ନିର୍ବାଚନରେ କୃଷକ ଆନ୍ଦୋଳନର ପ୍ରଭାବ ପଡ଼ିବ ନାହିଁ। କୃଷି ଆଇନ ଉଚ୍ଛେଦ ହୋଇସାରିଥିବାରୁ ଏବେ ଏହା ଆଉ ପ୍ରସଙ୍ଗ ହୋଇ ରହିନାହିଁ।

Share