ପଶ୍ଚିମବଙ୍ଗରେ ହାରିବା ପରେ, ଭାଜପାରେ ଆରମ୍ଭ ହେଲା କଳି

କୋଲକାତା, ୬ା୬: ୨୦୨୪ ଲୋକସଭା ନିର୍ବାଚନରେ ଏନ୍‌ଡିଏକୁ ବହୁମତ ମିଳିଛି। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ହେଲେ ଚଳିତ ନିର୍ବାଚନରେ ପଶ୍ଟିମବଙ୍ଗ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଭାଜପା ନୈରାଶ୍ୟ ପ୍ରଦର୍ଶନ କରିଛି। ମହାରାଷ୍ଟ୍ରରେ ଉପ-ମୁଖ୍ୟମନ୍ତ୍ରୀ ପଦରୁ ଏଥିପାଇଁ ଦେବେନ୍ଦ୍ର ଫର୍ଡନାଭିସ୍‌ ଇସ୍ତଫା ପତ୍ର ମଧ୍ୟ ଦେଇଛନ୍ତି। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ଭାଜପାରେ କଳହ ଦେଖିବାକୁ ମିଳିଛି। ରାଜ୍ୟରେ ଭାଜପାକୁ ମାତ୍ର ୧୨ଟି ଆସନ ମିଳିଛି। ୨୦୧୯ରେ ଦଳ ଏଠାରୁ ୧୮ଟି ଆସନ ଜିତିଥିଲା। ଯାହାକୁ ନେଇ ଜଣେ ଅନ୍ୟଜଣଙ୍କ ଉପରେ ଦୋଶ ଲଦାଲଦି ହେଉଥିବା ଦେଖିବାକୁ ମିଳିଛି। କିଛି ନେତା ଦଳର ରାଜ୍ୟ ପ୍ରଭାରୀଙ୍କୁ ମଧ୍ୟ ଏଥିପାଇଁ ପରୋକ୍ଷ ଭାବେ ଦାୟୀ କରିଛନ୍ତି।

ସୂଚନା ଥାଉକି, ଭାରତୀୟ ଜନତା ପାର୍ଟି ୨୪୦ଟି ଆସନ ଜିତି ଲୋକ ସଭା ନିର୍ବାଚନରେ ସବୁଠୁ ବଡ଼ ଦଳ ଭାବରେ ଉଭା ହୋଇଛି। ଭାଜପା ଏହାର ସହଯୋଗୀମାନଙ୍କ ସହ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏହା ସହ ଏନ୍‌ଡିଏ ୨୯୨ ଟି ଆସନରେ ପହଞ୍ଚିଥିବା ବେଳେ କଂଗ୍ରେସ ଇଣ୍ଡିଆ ମିଳିତ ମେଣ୍ଟ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ଏହାର ସଂଖ୍ୟା ୨୩୪କୁ ନେଇଥିଲା। ଅନ୍ୟାନ୍ୟ ୧୭ଟି ଆସନରେ ଜିତିଛନ୍ତି। ଭାରତର କେଉଁ ଦଳ ଏବଂ ଏନ୍‌ଡିଏ ମିଳିତ ମେଣ୍ଟ କେତେ କ୍ଷତି ସହିଛି?

କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ତାଙ୍କ ପୂର୍ବରୁ ଏହା କେବଳ ଥରେ ଘଟିଥିଲା ଯେତେବେଳେ ଜବାହରଲାଲ ନେହେରୁ ୧୬ ବର୍ଷ ଧରି ସ୍ବାଧୀନ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ତେବେ କ୍ରମାଗତ ତିନୋଟି ଲୋକ ସଭା ନିର୍ବାଚନରେ ସେ ନେହେରୁଙ୍କ ରେକର୍ଡରୁ ବଞ୍ଚିତ ହୋଇଛନ୍ତି। ତେଣୁ ସରକାର ଚଳାଇବାରେ ତାଙ୍କ ସମ୍ମୁଖୀନ ହେଉଥିବା ଆହ୍ବାନ କମ୍‌ ହେବ ନାହିଁ। କାରଣ ବର୍ତ୍ତମାନ ସେ ତାଙ୍କ ସହଯୋଗୀମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଭାରତୀୟ ଜନତା ପାର୍ଟି ୨୪୦ଟି ଆସନ ଜିତି ସର୍ବ ବୃହତ ଦଳ ଭାବରେ ଉଭା ହୋଇଛି। ଭାଜପା ଏହାର ସହଯୋଗୀମାନଙ୍କ ସହ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଏହା ସହ ଏନ୍‌ଡିଏ ୨୯୨ଟି ଆସନରେ ପହଞ୍ଚିଥିବା ବେଳେ କଂଗ୍ରେସ ଇଣ୍ଡିଆ ମିଳିତ ମେଣ୍ଟ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ଏହାର ସଂଖ୍ୟା ୨୩୪କୁ ନେଇଥିଲା। ଅନ୍ୟାନ୍ୟ ୧୮ଟି ଆସନରେ ଜିତିଛନ୍ତି।

Share