Categories: ଜାତୀୟ

ଚିରାଗ-ମାଂଝିଙ୍କୁ ଏନଡିଏ ବୈଠକରେ ସାମିଲ ହେବାକୁ ମିଳିଲା ନିମନ୍ତ୍ରଣ, ଉପସ୍ଥିତ ରହିବେ ମୋଦି

ନୂଆଦିଲ୍ଲୀ,୧୫।୭: ଭାରତୀୟ ଜନତା ପାର୍ଟି(ଭାଜପା) ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାସଓ୍ବାନ ଓ ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚାର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝିଙ୍କୁ ଔପଚାରିକ ଭାବେ ଏନଡିଏରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛି। ୧୮ ଜୁଲାଇରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ର ବୈଠକରେ ଯୋଗଦେବାକୁ ଆପଣଙ୍କୁ ନିମନ୍ତ୍ରଣ କରି ଏକ ଚିଠି ଲେଖିଛନ୍ତି ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ନଡ୍ଡାଙ୍କ ନାମରେ ଦୁଇଟି ଚିଠି ଲେଖାଯାଇଛି। ଏଥିରେ ଚିରାଗ ପାସଓ୍ବାନ ଏବଂ ଜିତନ ରାମ ମାଂଝିଙ୍କ ନାମ ଗୋଟିଏରେ ଉଲ୍ଲେଖ କରାଯାଇଛି। ଉଭୟ ଚିଠିରୁ ଏହା ସ୍ପଷ୍ଟ ହୋଇଛି ଯେ ଭାଜପା ଚିରାଗ ପାସୱାନ ଏବଂ ଜିତନ ରାମ ମାଂଝିଙ୍କୁ ଏନଡିଏରେ ଯୋଗଦେବାକୁ ଆନୁଷ୍ଠାନିକ ନିମନ୍ତ୍ରଣ ଦେଇଛି।

Share