Categories: ଜାତୀୟ

ନୂଆ ସରକାର ଗଠନ ନେଇ ଭାଜପା ଭୟଭୀତ ହୋଇ କରୁଛି ସିବିଆଇ ଚଢ଼ାଉ, ରାବ୍ରୀଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ, ୨୪।୮ : ବିହାରରେ ମହାମେଣ୍ଟ ସରକାର ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ଆରଜେଡି ନେତାମାନଙ୍କ ଉପରେ ସିବିଆଇ ଦ୍ୱାରା ଚଢ଼ାଉ ଆରମ୍ଭ ହୋଇଛି। ଏହି କାର୍ଯ୍ୟରେ ଆରଜେଡି କ୍ରୋଧିତ ହେବାରେ ଲାଗିଛି। କେନ୍ଦ୍ର ସରକାର ଜାଣିଶୁଣି ଏଭଳି ଦେଶ ସାରା କରୁଥିବା ଆରଜେଡି କହିଛି। ସଦସ୍ୟଙ୍କ ଉପରେ ଚାପ ପକାଇବା ପାଇଁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କର ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଆରଜେଡି କହିଛି। ସିବିଆଇ ଚଢ଼ାଉକୁ ଆରଜେଡି ପକ୍ଷରୁ ବିରୋଧ କରାଯାଉଛି।

ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ନୀତୀଶ କୁମାରଙ୍କ ନେତୃତ୍ୱରେ ରାଜ୍ୟରେ ଏକ ନୂତନ ସରକାର ଗଠିତ ହୋଇଛି। ଏହାକୁ ନେଇ ଭାଜପା ବେଶ୍‌ ଭୟଭୀତ ହୋଇଛି। ସେ କହିଛନ୍ତି ଯେ ଆମର ମହାମେଣ୍ଟ ସରକାରଙ୍କର ସଂଖ୍ୟାଗରିଷ୍ଠତା ରହିଛି। ଭାଜପାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଦଳ ଆମ ସହିତ ଅଛନ୍ତି।

ସିବିଆଇ ଚଢ଼ାଉ ନେଇ ସେ କହିଛନ୍ତି, ସିବିଆଇ କେବଳ ଆମକୁ ଭୟଭୀତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏଭଳି କରୁଛି। କିନ୍ତୁ ଆମେ ଏହାକୁ ଭୟ କରିବୁନି । ପ୍ରଥମ ଥର ପାଇଁ ଏଭଳି ଚଢ଼ାଉ ହେଉନାହିଁ। ଏହା ପୂର୍ବରୁ ମଧ୍ୟ ବହୁବାର ଏଭଳି କାର୍ଯ୍ୟ ହୋଇଛି। ଏହା ପଛରେ କେନ୍ଦ୍ରର ହାତ ରହିଛି ବୋଲି ସେ କହିଛନ୍ତି।

Share