Posted inଜାତୀୟ

ବିଧାୟକ କିଣି ସରକାର ଗଠନ କରୁଛି ଭାଜପା: କେଜରିଓ୍ବାଲ…

ନୂଆଦିଲ୍ଲୀ,୨୩।୫ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତିି। ସେ କହିଛନ୍ତି ଭାଜପା ଦଳ ଗଣତନ୍ତ୍ରକୁ ପରିହାସ କରିଛି। ଯେଉଁଠାରେ ଭାଜପା ସରକାର ଗଠନ ହୋଇ ପାରୁ ନାହିଁ ସେଠାରେ ସେମାନେ ବିଧାୟକ କିଣି ସରକାର ଗଠନ କରୁଛନ୍ତି। ବିଧାୟକମାନଙ୍କୁ ଭୟଭୀତ କରିବା ପାଇଁ ଇଡି ପଠାଇଥାନ୍ତି । ଆଇନର ଅପବ୍ୟବହାର କରି ଅଣ-ଭାଜପା ସରକାରଙ୍କୁ ରାଜ୍ୟପାଳଙ୍କ ମାଧ୍ୟମରେ କାମ କରିବାକୁ ଦିଅନ୍ତି ନାହିଁ।

ପଞ୍ଜାବ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ, ତେଲେଙ୍ଗାନାରେ ଆମେ ଏହାର ଉଦାହରଣ ଦେଖିଛୁ। ବର୍ତ୍ତମାନ ସେମାନେ ଦିଲ୍ଲୀରେ ଯାହା କରିଛନ୍ତି ତାହା ଗଣତନ୍ତ୍ରର ସମ୍ପୂର୍ଣ୍ଣ ବିରୋଧୀ। ଦିଲ୍ଲୀର ଲୋକମାନେ ଆଠ ବର୍ଷ ଧରି ସଂଘର୍ଷ କରିଥିଲେ। ଆଠ ବର୍ଷ ପରେ ଦିଲ୍ଲୀର ଲୋକମାନେ ଜିତିଲେ। ଏକ ସପ୍ତାହ ପରେ, ସେମାନେ ଏକ ଅଧ୍ୟାଦେଶ ଆଣି ଏହି ନିଷ୍ପତ୍ତିକୁ ଅଗ୍ରାହ୍ୟ କଲେ। ଯେଉଁ ଦିନ ଅଧ୍ୟାଦେଶ ଅଣାଯାଇଥିଲା ସେଦିନ ସୁପ୍ରିମକୋର୍ଟ ଛୁଟି ଥିଲା। ଏହାର ଅର୍ଥ ସେମାନଙ୍କ ଉଦ୍ଦେଶ୍ୟ ମନ୍ଦ ଥିଲା।

ଏହାପୂର୍ବରୁ କେଜରିୱାଲ ଏକ ଟୁଇଟରେ କହିଥିଲେ, ଆଜିଠାରୁ ମୁଁ ସାରା ଦେଶ ଗସ୍ତରେ ଯାଉଛି। ଦିଲ୍ଲୀର ଲୋକଙ୍କ ଅଧିକାର ପାଇଁ ସୁପ୍ରିମକୋର୍ଟ ବହୁ ବର୍ଷ ପରେ ଏହି ଆଦେଶ ପାରିତ କରିଥିଲେ ଏବଂ ଦିଲ୍ଲୀବାସୀଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିଥିଲେ। କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି ସେହି ସମସ୍ତ ଅଧିକାର ଛଡ଼ାଇ ନେଇଛନ୍ତି। ଯେତେବେଳେ ଏହି ଆଇନ ରାଜ୍ୟସଭାରେ ଆସିବ, ଏହାକୁ କୌଣସି ପରିସ୍ଥିତିରେ ପାରିତ କରିବାକୁ ଦିଆଯିବା ଉଚିତ ନୁହେଁ। ସମସ୍ତ ରାଜନୈତିକ ଦଳର ସଭାପତିଙ୍କୁ ଭେଟି ମୁଁ ସେମାନଙ୍କ ସମର୍ଥନ ଲୋଡିବି।

ସୂଚନାଯୋଗ୍ୟ, କୌଣସି ଅଧ୍ୟାଦେଶକୁ ୬ ମାସ ମଧ୍ୟରେ ସଂସଦରେ ଅନୁମୋଦନ ମିଳିବା ଆବଶ୍ୟକ। ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଏହି ନିୟମ ସହ ଜଡିତ ଏକ ବିଲ ଉପସ୍ଥାପନ କରିବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରକୁ ହାଇକୋର୍ଟ ଝଟକା: ସରକାର ଫେକ୍‌ ନ୍ୟୁଜ୍‌ର ସଂଜ୍ଞା ନିରୂପଣ କରିପାରିବେ ନାହିଁ

ମୁମ୍ବାଇ,୨୧ା୯:ସୂଚନା ଓ ପ୍ରଯୁକ୍ତି (ଆଇଟି) ଆଇନ ଅଧୀନରେ ଫ୍ୟାକ୍ଟ ଚେକିଂ ୟୁନିଟ୍‌ (ଏଫ୍‌ସିୟୁ) ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ଉଦ୍ୟମକୁ ଝଟ୍‌କା ଲାଗିଛି।...

ଅସୁରକ୍ଷିତ ଖାଦ୍ୟ: ବର୍ଷକୁ ୪.୨ ଲକ୍ଷ ମୃତ୍ୟୁ

ନୂଆଦିଲ୍ଲୀ,୨୧ା୯: ବିଶ୍ୱରେ ଅସୁକ୍ଷିତ ଖାଦ୍ୟ ଖାଇ ପ୍ରତିବର୍ଷ ୬୦୦ ନିୟୁତ ଲୋକ ରୋଗଗ୍ରସ୍ତ ହେଉଥିବାବେଳେ ୪ ଲକ୍ଷ ୨୦ ହଜାର ପ୍ରାଣ ହରାଉଛନ୍ତି। ଅସୁରକ୍ଷିତ ଖାଦ୍ୟ...

ପାକ୍‌ ମନ୍ତବ୍ୟ: ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା

ନୂଆଦିଲ୍ଲୀ,୨୧ା୯: କର୍ନାଟକ ହାଇକୋର୍ଟର ବିଚାରପତି ବେଦବ୍ୟାସଚାର ଶ୍ରୀଶାନନ୍ଦ ନିକଟରେ ଏକ ମାମଲାର ଶୁଣାଣି ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ରାଜ୍ୟର ମୁଖ୍ୟ ବିଚାରପତିଙ୍କଠାରୁ...

ଲୋକଙ୍କ ଆସ୍ଥା ସହ ଖେଳ

ନୂଆଦିଲ୍ଲୀ,୨୧ା୯: ତିରୁପତି ଲଡ଼ୁରେ ବ୍ୟବହୃତ ଘିଅରେ ଗୋରୁ ଚର୍ବି ଏବଂ ମାଛ ତେଲ ରହିଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଶୁକ୍ରବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌....

ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ,୨୦ା୯ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଶନିବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ...

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,୨୦ା୯: ତିରୁପତି ଲଡ଼ୁ ବିବାଦ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ଜଣେ ଆଇନଜୀବୀ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।...

ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୦ା୯: ମାଓବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ଅପିଲ୍‌ କରିଛନ୍ତି। ସେମାନେ ଯଦି ହିଂସାତ୍ମକ ପନ୍ଥା...

ଘାଟିରେ ଖସିପଡ଼ିଲା ବସ୍‌: ୪ ଯବାନ ମୃତ, ୨୮ଗୁରୁତର

କଶ୍ମୀର,୨୦।୯: କଶ୍ମୀର ବୁଦ୍ଧଗାମ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଏସ୍‌ଏଫ୍‌ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଦୁର୍ଘଟଣା ହୋଇ ଘାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri