Posted inଜାତୀୟ

ସଂରକ୍ଷଣ ନେଇ ଲୋକଙ୍କୁ ଠକୁଛି ଭାଜପା: କଂଗ୍ରେସ…

ନୂଆଦିଲ୍ଲୀ,୨୬।୪ : ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କର୍ନାଟକରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳର ନେତାମାନେ ପରସ୍ପର ଉପରେ କଡ଼ା ବିବୃତ୍ତି ଦେବାର ସୁଯୋଗ ଛାଡୁ ନାହାଁନ୍ତି। ଏବେ କଂଗ୍ରେସ ପୁଣି ଥରେ ଭାଜପାକୁ ଟାର୍ଗେଟ କରିଛି। କଂଗ୍ରେସ ଏମପି ରଣଦୀପ ସୁରଜେୱାଲା ଭାଜପା ଲୋକଙ୍କୁ ଠକୁଥିବା ଅଭିଯୋଗ କରିଛନ୍ତି।

ସୁରଜେୱାଲା କହିଛନ୍ତି, ଗତକାଲି ସୁପ୍ରିମକୋର୍ଟରେ ଏକ ବିବୃତ୍ତି ମାଧ୍ୟମରେ ଭାଜପା ଏବଂ ମୁଖ୍ୟମନ୍ତ୍ରୀ ବାସବରା ବୋମାଇ ସରକାର ନିଜର ୨୭ ମାର୍ଚ୍ଚ ୨୦୨୩ର ସଂରକ୍ଷଣ ଉପରେ ରୋକ ଆଦେଶକୁ ଅଟକାଇ ରଖି ପାପ କରିଛନ୍ତି। ସଂରକ୍ଷଣ ନାମରେ ଭାଜପା ସମସ୍ତଙ୍କୁ ପ୍ରତାରଣା କରୁଛି। ଲୋକଙ୍କୁ ଭ୍ରମିତ କରି ଠକିବାରେ ଲାଗିଛି।

ସୂଚନାଯୋଗ୍ୟ, କର୍ନାଟକ ନିର୍ବାଚନ ମଧ୍ୟରେ ବରିଷ୍ଠ ନେତା କେ.ଏସ .ଇଶ୍ୱରପ୍ପା ମଙ୍ଗଳବାର କହିଥିଲେ ଭାଜପା ରାଷ୍ଟ୍ରୀୟ ମହାସଚିବ ସିଟି ରବି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କର ସମସ୍ତ ଯୋଗ୍ୟତା ରହିଛି। ସେ ଜଣେ ଭଲ ନେତା। ସେ ଚିକକାମାଲୁରୁରେ ବହୁତ ଭଲ କାମ କରିଛନ୍ତି। ମୁଁ ଏହା କହୁ ନାହିଁ ଯେ ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଏସବୁ କହିବାର ମୋର ଶକ୍ତି ନାହିଁ, କିନ୍ତୁ ସେ ବହୁତ ଭଲ କାମ କରୁଛନ୍ତି। ଭବିଷ୍ୟତରେ ସେ ମୁଖ୍ୟମନ୍ତ୍ରୀ ହୋଇପାରିବେ। ମୁଁ ତାଙ୍କୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରୁଛି ।

ଏହି ବିବୃତ୍ତି ନେଇ ସିଟି ରବି କହିଛନ୍ତି, ଆମେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମରଇଙ୍କ ନେତୃତ୍ୱରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛୁ। ଆଜି କେତେକ ଲୋକ ମୋ ବିଷୟରେ କହୁଛନ୍ତି, ଯେଉଁ ଦିନ ସମଗ୍ର ରାଜ୍ୟର ଲୋକମାନେ ଏଭଳି କହିବେ, ସେଦିନ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ହେବି। କିନ୍ତୁ ଆଜି ବୋମାଇ ହେଉଛନ୍ତିି ମୁଖ୍ୟମନ୍ତ୍ରୀ।

 


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବକ୍‌ଫ କମିଟି ବୈଠକ ଅଧାରୁ ପଳାଇଲେ ବିରୋଧୀ

ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀ ଓ୍ବକ୍‌ଫ ବୋର୍ଡ ରିପୋର୍ଟକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ସୋମବାର ଓ୍ବକ୍‌ଫ ବିଲ୍‌ ବୈଠକରୁ ଉଠିଯାଇଥିଲେ। ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ତଥା...

ଏତିକି ଟଙ୍କା ପାଇଁ ସ୍ବାମୀଙ୍କୁ ମାରି ଦେଲେ ସ୍ତ୍ରୀ: ଆଉ ତା’ପରେ ମୃତଦେହ ନେଇ..

ବେଙ୍ଗାଲୁରୁ ,୨୮ା୧୦:କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ଏକ କଫି ବଗିଚାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ୩ ସପ୍ତାହ ପୂର୍ବରୁ ମିଳିଥିଲା। ପୋଲିସ ଏହା ଉପରେ...

ଉଦ୍ଧବ ଠାକରେଙ୍କୁ ବଡ଼ ଝଟ୍‌କା: ଟିକେଟ୍‌ ମିଳିବା ପରେ ନାଁ ପ୍ରତ୍ୟାହାର କଲେ ପ୍ରାର୍ଥୀ: ଏବେ ଏକନାଥ ଶିନ୍ଦେଙ୍କୁ ସମର୍ଥନ

ପୁଣେ,୨୮।୧୦: ମହାରାଷ୍ଟ୍ରରେ ନିର୍ବାଚନ ତାତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ଭାଜିନଗର ସେଣ୍ଟ୍ରାଲରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର...

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri