Categories: ଜାତୀୟ

ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛି ଭାଜପା: ମମତା

କୋଲକତା,୨୮।୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ପୁଣି ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ରାଜ୍ୟର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଭାଜପା ଯୋଜନା କରୁଛି। ନୂଆଦିଲ୍ଲୀରେ ଏହାର ରାଜ୍ୟ ୟୁନିଟର ବରିଷ୍ଠ ନେତାଙ୍କ ସହ ସାକ୍ଷାତ ସମୟରେ ଭାଜପାର ଏହି ଯୋଜନା ପ୍ରସ୍ତୁତ ହୋଇଛି।
ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ, ତୃଣମୂଳ କଂଗ୍ରେସର ଭୋଟକୁ ଭାଗ କରି ପାରିବା ପାଇଁ ଭାଜପା ଯୋଜନା କରିଛି। ଧର୍ମ ଏବଂ ଜାତି ଆଧାରରେ ସେମାନେ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି।

Share