Posted inଜାତୀୟ

ସହଯୋଗୀଙ୍କ ବିନାଶ କରୁଛି ଭାଜପା: ପାଓ୍ବାର

ମୁମ୍ବାଇ,,୬ା୭: ଭାରତୀୟ ଜନତା ପାର୍ଟି (ଭାଜପା)ର ପ୍ରତ୍ୟେକ ସହଯୋଗୀ ଦଳର ବିନାଶ ଘଟିଛି। ଗୈରିକ ଦଳକୁ ସମର୍ଥନ କରୁଥିବା ଦଳ ଶେଷରେ ଧ୍ୱଂସ ହୋଇଯାଏ। ତୁମେ ବି ସମଦଶା ଭୋଗିବ ବୋଲି ପୁତୁରା ଅଜିତ ପାଓ୍ବାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ବୁଧବାର ଚେତାବନୀ ଦେଇଛନ୍ତି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର। ନିଜ ସମର୍ଥକମାନଙ୍କୁ ସମ୍ବୋଧିତ କରି ସିନିୟର ପାଓ୍ବାର କହିଛନ୍ତି, ଯେଉଁମାନେ ଭାଜପା ସହ ହାତ ମିଳାଇ କ୍ଷମତା ଭାଗବଣ୍ଟା କରିଥାନ୍ତି, ସେମାନଙ୍କୁ ଗୈରିକ ଦଳ ଧ୍ୱଂସ କରିଦିଏ। ରାଜନୈତିକ ସହଯୋଗୀଙ୍କୁ ଧୀରେ ଧୀରେ ଦୁର୍ବଳ କରିବା ହେଉଛି ଭାଜପାର ନୀତି। ଏହାର ଅନେକ ଉଦାହରଣ ରହିଛି। ଅକାଳୀ ଦଳ ଭାଜପା ସହ ଅନେକ ବର୍ଷ ଧରି ରହିଥିଲା। ଏବେ ଏହି ଦଳର ଚିହ୍ନବର୍ଣ୍ଣ ହଜିଗଲାଣି। ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ବିହାରରେ ମଧ୍ୟ ସମାନ ସ୍ଥିତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକଥା ଆଗୁଆ ବୁଝିପାରି ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସହ ମେଣ୍ଟ କଲେ। ଯଦି ଅଜିତଙ୍କ କୌଣସି ସମସ୍ୟା ଥିଲା, ସେ ମୋ ସହିତ ଆଲୋଚନା କରିପାରିଥାନ୍ତେ। କିନ୍ତୁ ବିଦ୍ରୋହ ଗ୍ରହଣୀୟ ନୁହେଁ ବୋଲି ଓ୍ବାଇ.ବି. ଚଭନ ସେଣ୍ଟରରେ ଆୟୋଜିତ ବୈଠକରେ ଶରଦ ପାଓ୍ବାର କହିଛନ୍ତି। ଏହି ଅବସରରେ ଦଳର ୫୩ ବିଧୟକଙ୍କ ମଧ୍ୟରୁ ୧୭ ଜଣଙ୍କୁ ପରେଡ୍‌ କରାଯାଇଥିଲା।
ମନ୍ତବ୍ୟକୁ ନେଇ ଶରଦ ପାଓ୍ବାର ଗୋଷ୍ଠୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, ଏନ୍‌ସିପି ସୁପ୍ରିମୋ ୮୩ ବର୍ଷ ବୟସରେ ମଧ୍ୟ ସିଂହ ଭଳି କାମ କରୁଛନ୍ତି। ପାଓ୍ବାରଙ୍କ ଝିଅ ତଥା ଏନ୍‌ସିପି କାର୍ଯ୍ୟକାରୀ ଅଧ୍ୟକ୍ଷା ସୁପ୍ରିୟା ସୁଲେ କହିଛନ୍ତି, ଆମକୁ ଅସମ୍ମାନ କଲେ ଚଳିବ, କିନ୍ତୁ ବାପାଙ୍କୁ ନୁହେଁ। ଅସଲ ଏନ୍‌ସିପି ଶରଦ ପାଓ୍ବାରଙ୍କ ସହ ରହିଛି। ନିର୍ବାଚନୀ ପ୍ରତୀକ ମଧ୍ୟ ଆମର। ଭାଜପାବାଲା ଆମକୁ ନାଚୁରାଲ କରପ୍ଟ ପାର୍ଟି ବୋଲି କୁହନ୍ତି। କିନ୍ତୁ ଦରକାର ବେଳେ ସେମାନେ ଏନ୍‌ସିପିଠାରୁ ସହଯୋଗ ନିଅନ୍ତି। ଭାଜପା ହେଉଛି ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ଦଳ। ଆମର ଲଢ଼େଇ ଭାଜପା ସରକାର ବିରୋଧରେ। ପାଓ୍ବାରଙ୍କ ସମର୍ଥକମାନେ ଅଜିତଙ୍କ ମନ୍ତବ୍ୟର ଜବାବ ପୋଷ୍ଟରରେ ଦେଇଛନ୍ତି। ମୁମ୍ବାଇର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି, ୮୩ ବର୍ଷୀୟ ଯୋଦ୍ଧା ଏକାକୀ ଲଢ଼ୁଛନ୍ତି। ତେବେ ଅଜିତ ଗୋଷ୍ଠୀ ମଧ୍ୟ ନିଜ ପୋଷ୍ଟରରେ ଏନ୍‌ସିପି ପ୍ରତିଷ୍ଠାତାଙ୍କ ଫଟୋକୁ ବ୍ୟବହାର କରିଛନ୍ତି, ଯାହାକୁ ଶରଦ ପାଓ୍ବାର ନାପସନ୍ଦ କରିଛନ୍ତି।

ପାଓ୍ବାର ସାହେବଙ୍କ ବୟସ ହୋଇଗଲାଣି, ମୁଁ ମୁଖ୍ୟମନ୍ତ୍ରୀ ହେବି: ଅଜିତ

୧୯୯୯ରେ ଶରଦ ପାଓ୍ବାର ଗଢ଼ିଥିବା ଏନ୍‌ସିପି ଏବେ ଭାଙ୍ଗିଯାଇଛି। ଏପରି କି ଦଳକୁ ତାଙ୍କ ହାତରୁ ଛଡ଼ାଇ ନିଆଯାଇଛି। ଏସବୁ କରିଛନ୍ତି ତାଙ୍କ ପୁତୁରା ଅଜିତ ପାଓ୍ବାର। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ବିଦ୍ରୋହୀ ସାଜି ସିନିୟର ପାଓ୍ବାରଙ୍କୁ ଏନ୍‌ସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ବିଦା କରି ନିଜକୁ ସୁପ୍ରିମୋ ଘୋଷଣା କରିଛନ୍ତି। ବାନ୍ଦ୍ରାସ୍ଥିତ ଏମ୍‌ଇଟି ଇନ୍‌ଷ୍ଟିଚ୍ୟୁଟ୍‌ ପରିସରରେ ବୁଧବାର ଅଜିତ୍‌ ଗୋଷ୍ଠୀ ପକ୍ଷରୁ ବିଧାୟକ, ପୂର୍ବତନ ବିଧାୟକ, ଏମ୍‌ପି, କାର୍ଯ୍ୟକାରୀ କମିଟି ସଦସ୍ୟମାନଙ୍କୁ ନେଇ ଏକ ବୈଠକ କରାଯାଇଛି। ଏହି ଅବସରରେ ୬୩ ବର୍ଷୀୟ ଅଜିତ କହିଛନ୍ତି, ପାଓ୍ବାର ସାହେବ ସମସ୍ତଙ୍କ ଅଗରେ ମୋତେ ଖଳନାୟକ ସଜାଇଦେଇଛନ୍ତି। ତଥାପି ତାଙ୍କ ପ୍ରତି ମୋ ସମ୍ମାନ ରହିଛି। ଆଇଏଏସ୍‌ ଅଫିସରମାନେ ୬୦ ବର୍ଷରେ ଅବସର ନିଅନ୍ତି, ଭାପା ନେତାଙ୍କ ଅବସର ବୟସ ୭୫। ଏଲ୍‌.କେ. ଆଡ୍‌ଭାନୀ ଓ ମୁରଲୀ ମନୋହର ଜୋଷୀ ଏହାର ଦୃଷ୍ଟାନ୍ତ। ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି। ଦିନେ ନା ଦିନେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବି। ପାଓ୍ବାର ସାହେବଙ୍କ ବୟସ ୮୩ ବର୍ଷ ହୋଇଗଲାଣି। ତେଣୁ ସେ ନୂଆ ପିଢ଼ିଙ୍କୁ ସୁଯୋଗ ଦେବା ଉଚିତ। ସେ ମୋତେ ଆଶୀର୍ବାଦ ଦିଅନ୍ତୁ। ନିଜ ପ୍ରତି ୪୦ରୁ ଊର୍ଦ୍ଧ୍ୱ ବିଧାୟକ ଏବଂ ଏମ୍‌ଏଲ୍‌ସିଙ୍କ ସମର୍ଥନ ଥିବା ଅଜିତ ଦାବି କରୁଥିବାବେଳେ ବୈଠକରେ ୨୯ ଏନ୍‌ସିପି ଏମ୍‌ଏଲ୍‌ଏ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

ବିମାନ ପରେ ଏବେ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ତିରୁପତି,୨୮।୧୦: ତିରୁପତିସ୍ଥିତ ଇସ୍କନ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ରବିବାର ଇମେଲ ମାଧ୍ୟମରେ ଏହି ଧମକ ଗ୍ରହଣ କରାଯାଇଥିଲା। ମନ୍ଦିର ପ୍ରଶାସନ ପୋଲିସ...

ପପୁ ଯାଦବଙ୍କୁ ହତ୍ୟା ଧମକ

ପାଟନା,୨୮।୧୦: ବିହାର ପୁର୍ନିଆର ସ୍ବାଧିନ ଏମପି ପପୁ ଯାଦବଙ୍କୁ ହତ୍ୟା ଧମକ ଦିଆଯାଇଛି। ଏମପି ଏହାର ଅଡିଓ ରେକର୍ଡିଂ ମଧ୍ୟ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ...

‘ହିଜାବ ନ ପିନ୍ଧିବାରୁ ହେଉଛି ବଳାତ୍କାର, କୋଲକାତାରେ ତ…,’ JMI ଛାତ୍ରୀଙ୍କ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ,୨୮।୧୦: ଦିଲ୍ଲୀ ସ୍ଥିତ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଅଭିଯୋଗ ହୋଇଛି ଯେ ଜଣେ ଛାତ୍ରୀଙ୍କ ଉପରେ ଇସଲାମ ଧର୍ମ...

ମୋଦିଙ୍କ ରୋଡ ଶୋ’ରେ ସାମିଲ ହେଲେ ସ୍ପେନ ପ୍ରଧାନମନ୍ତ୍ରୀ

ଭଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ରାଜ୍ୟ ତଥା ଦେଶକୁ କୋଟି କୋଟି ଟଙ୍କା ମୂଲ୍ୟର ଉପହାର ଦେବେ।...

ଦୁନିଆ ଦେଖିବ ଟାଟାର ଦମ୍‌, ରତନ ଟାଟାଙ୍କୁ ମନେ ପକାଇ ମୋଦି କହିଲେ…

ନୂଆଦିଲ୍ଲୀ,୨୮ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍‌ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ମିଳିତ ଭାବେ ଭଦୋଦରାସ୍ଥିତ ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ୍‌ (TASL) କ୍ୟାମ୍ପସ୍‌ରେ C-295...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତାବର୍ଷରୁ ଆରମ୍ଭ ହେବ ଜନଗଣନା, ଏଥିରେ ଆସିବ ଏପରି ପରିବର୍ତ୍ତନ

ନୂଆଦିଲ୍ଲୀ,୨୮ା୧୦: କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଗଣନା ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆସନ୍ତାବର୍ଷଠାରୁ ଦେଶରେ ଜନଗଣନା ଆରମ୍ଭ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ। ଜନଗଣନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri