Categories: ଜାତୀୟ

ଭାଜପା ସମ୍ପର୍କରେ ଅଛନ୍ତି ନୀତୀଶ କୁମାର, ପୁଣି ହୋଇପାରନ୍ତି ଏକାଠି

ନୂଆଦିଲ୍ଲୀ,୧୯।୧୦: ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବୁଧବାର ଏକ ବଡ଼ ଦାବି କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାରତୀୟ ଜନତା ପାର୍ଟି (ଭାଜପା) ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଆବଶ୍ୟକ ହେଲେ ପୁନର୍ବାର ସେହି ଦଳ ସହ ସମ୍ପର୍କ ସ୍ଥାପନ କରିବେ ବୋଲି ପ୍ରଶାନ୍ତ କିଶୋର ଦାବି କରିଛନ୍ତି। ନୀତୀଶ କୁମାରଙ୍କ ଦଳ ଜନତା ଦଳ (ୟୁ) ପ୍ରଶାନ୍ତଙ୍କ ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରି ଏହାକୁ ବିଭ୍ରାନ୍ତିକର ବୋଲି କହିଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ଦ୍ୱନ୍ଦ୍ୱ ବିସ୍ତାର କରିବା।
ଆଜିକାଲି ବିହାରରେ ପ୍ରଶାନ୍ତ କିଶୋର ଏକ ପଦଯାତ୍ରା କରୁଛନ୍ତି। ତାଙ୍କର ଏହି ଯାତ୍ରା ସକ୍ରିୟ ରାଜନୀତିରେ ଯୋଗଦେବାର ପ୍ରଥମ ପଦକ୍ଷେପ ଭାବରେ ଦେଖାଯାଉଛି। ପ୍ରଶାନ୍ତ କହିଛନ୍ତି, ନୀତୀଶ କୁମାର ଜେଡି(ୟୁ) ଏମ୍‌ପି ତଥା ରାଜ୍ୟ ସଭା ଉପସଭାପତି ହରିବଂଶଙ୍କ ମାଧ୍ୟମରେ ଭାଜପା ସହ କଥାବାର୍ତ୍ତା ପାଇଁ ଏକ ରାସ୍ତା ଖୋଲା ରଖିଛନ୍ତି। କିନ୍ତୁ ଜେଡିୟୁ ଦଳ ଏହି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ନୀତୀଶ କୁମାର ଆଉ କେବେ ଭାଜପା ସହିତ ହାତ ମିଳାଇବେ ନାହିଁ।

Share