Categories: ଜାତୀୟ

ସ୍ବପନ ଦାସଗୁପ୍ତାଙ୍କୁ ନେଇ ହରଡ଼ଘଣାରେ ଭାଜପା

କୋଲକାତା,୧୬।୩: ପଶ୍ଚିମବଙ୍ଗରେ ରାଜ୍ୟ ସଭା ଏମ୍‌ପି ସ୍ବପନ ଦାସଗୁପ୍ତାଙ୍କ ପ୍ରାର୍ଥୀତ୍ୱ ନେଇ ଭାଜପା ହରଡ଼ଘଣାରେ ପଡିଛି। ତୃଣମୂଳ କଂଗ୍ରେସ ପକ୍ଷରୁ ଏହାର କଡ଼ା ବିରୋଧ କରାଯାଉଛି। ତୃଣମୂଳ ଏମ୍‌ପି ମହୁଆ ମୋଇତ୍ର ସ୍ବପନଙ୍କୁ ଅଯୋଗ୍ୟ ଘୋଷିତ କରିବା ଲାଗି ଦାବି କରିଛନ୍ତି। ମହୁଆ କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୧୦ର ଧାରା ୧୦୨-୨ ଏବଂ ୧୯୧-୨ର ଅଯୋଗ୍ୟତା ନିୟମ ୩ ଅନୁସାରେ ମନୋନୀତ ରାଜ୍ୟ ସଭା ସଦସ୍ୟ ଶପଥ ଗ୍ରହଣ କରିବାର ୬ ମାସ ପରେ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗଦେଲେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବ। ଏହି ଧାରା ସ୍ବପନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁହେବା ଆବଶ୍ୟକ ବୋଲି ମହୁଆ ଦାବି କରିଛନ୍ତି। ସ୍ବପନ ତାରକେଶ୍ୱର ବିଧାନସଭା ଆସନରୁ ଲଢ଼ିବା ପାଇଁ ଭାଜପାରୁ ଟିକଟ ପାଇଛନ୍ତି। ମାତ୍ର ଏହାକୁ ନେଇ ଏବେ ଭାଜପାର ସମସ୍ୟା ବଢ଼ିବାରେ ଲାଗିଛି।

Share