Categories: ଜାତୀୟ

ରାଜ୍ୟ ସରକାରଙ୍କୁ ଅସ୍ଥିର କରିବାର ହାସ୍ୟାସ୍ପଦ ପ୍ରୟାସ କରୁଛି ଭାଜପା, କଂଗ୍ରେସର ଅଭିଯୋଗ…

ବେଙ୍ଗାଲୁରୁ,୨୮।୧୦ : କଂଗ୍ରେସ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛି। ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଦକ୍ଷିଣ ରାଜ୍ୟରେ ଭାଜପା ତାଙ୍କ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି।

କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଅଭିଯୋଗ କରିଛନ୍ତି ତାଙ୍କ ସରକାର ବିରୋଧରେ ଭାଜପା ‘ଅପରେଶନ ଲୋଟସ’ କରୁଛି। ତେବେ କୌଣସି କଂଗ୍ରେସ ବିଧାୟକ ଏହାର ଶିକାର ହେବେ ନାହିଁ।

କର୍ନାଟକର ଡେପୁଟି ସିଏମ ତଥା କଂଗ୍ରେସ ନେତା ଡି.କେ ଶିବକୁମାର କହିଛନ୍ତି ଆମେ ଜାଣୁ ଭାଜପା ଏକ ବଡ ଷଡଯନ୍ତ୍ର ରଚିଛି, କିନ୍ତୁ ଏହା ସଫଳ ହେବ ନାହିଁ। ଭାଜପାର କିଛି ବଡ ବ୍ୟକ୍ତିତ୍ୱ ଆମର ବିଧାୟକଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ।
ଏଥି ସହ କଂଗ୍ରେସ ସଂଗଠନର ମହାସଚିବ କେ.ସି ଭେନୁଗୋପାଲ ପ୍ରଥମ ଥର ପାଇଁ କଂଗ୍ରେସ ବିଧାୟକ ରବିକୁମାର ଗୌଡା (ଗାନିଗା)ଙ୍କ ଏକ ମିଡିଆ ରିପୋର୍ଟ ଶେୟାର କରି କହିଛନ୍ତି ଭାଜପା ନେତାଙ୍କ ଏକ ଦଳ କଂଗ୍ରେସ ବିଧାୟକଙ୍କ ସହ ଯୋଗାଯୋଗ କରୁଛନ୍ତି।

ଆମ ସରକାରକୁ ଅସ୍ଥିର କରିବା ପାଇଁ ଆଉ ଏକ ହାସ୍ୟାସ୍ପଦ ପ୍ରୟାସ କରାଯାଉଛି। କିନ୍ତୁ ଆମର ବିଧାୟକମାନେ କଂଗ୍ରେସ ଦଳ ପ୍ରତି ବିଶ୍ୱସ୍ତ ଅଛନ୍ତି।

Share