Categories: ଜାତୀୟ

ଭାଜପା ମୁସଲମାନମାନଙ୍କ ବିରୋଧୀ ନୁହେଁ , ମୌଳବାଦୀ ମାନସିକତା ବିରୋଧୀ: ସୁଧାଶୁଂ ତ୍ରିବେଦୀ…

ବୁରହାନପୁର,୯।୧୦ : ଭାଜପା ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ ସୁଧାଶୁଂ ତ୍ରିବେଦୀ ମଧ୍ୟପ୍ରଦେଶର ନିମାଡ ଅଞ୍ଚଳ ଗସ୍ତରେ ଯାଇ ବୁରହାନପୁରରେ ଦଳର ସମ୍ମିଳନୀରେ ସେ କହିଛନ୍ତି କିଛି ଲୋକ କହୁଛନ୍ତି ଆମେ ମୁସଲମାନମାନଙ୍କ ବିରୁଦ୍ଧରେ କହୁଛୁ। ମୁଁ କହିବାକୁ ଚାହେଁ ଭାଜପା ମୁସଲମାନମାନଙ୍କ ବିରୁଦ୍ଧରେ ନୁହେଁ ବରଂ ମୌଳବାଦୀ ମାନସିକତା ବିରରୋଧୀ। ଭାଜପା ସର୍ବଦା ଦେଶପ୍ରେମୀ ମୁସଲମାନମାନଙ୍କୁ ସମ୍ମାନ କରେ।

ଯଦି ଏହା ନ ହୋଇଥାନ୍ତା ତେବେ ଡ.ଏପିଜେ ଅବଦୁଲ କଲାମଙ୍କୁ ରାଷ୍ଟ୍ରପତି କରାଯାଇ ନ ଥାନ୍ତା। କଂଗ୍ରେସର ନାମ ନନେଇସେ କହିଛନ୍ତି ଯେଉଁମାନେ ଆଫଜାଲ ଗୁରୁ, ଛୋଟା ଶକିଲଙ୍କ ଭଳି ଲୋକଙ୍କୁ ପସନ୍ଦ କରୁଛନ୍ତି ସେମାନେ ଏଭଳି ଅଭିଯୋଗ କରୁଛନ୍ତି। ଖାର୍ଗୋନରେ ସେ କହିଛନ୍ତି ଉନବିଂଶ ଶତାବ୍ଦୀରେ ବ୍ରିଟିଶ ରାଜ ଥିଲା, ବିଂଶ ଶତାବ୍ଦୀରେ ଥିଲା କଂଗ୍ରେସ ରାଜ ଏବଂ ଏକବିଂଶ ଶତାବ୍ଦୀ ଏବେ ଭାଜପାର ଅଟେ। ଭୋଟ ଦେବା ପାଇଁ ଆପଣଙ୍କ ଆଙ୍ଗୁଠିକୁ ସଠିକ ଭାବରେ ବ୍ୟବହାର କରନ୍ତୁ। ଆମେ ବିଶ୍ୱ ଗୁରୁ ହେବାକୁ ଯାଉଛୁ।

କଂଗ୍ରେସ ଉଦ୍ଦେଶ୍ୟରେ ସେ କହିଛନ୍ତି ପୂର୍ବରୁ ଶାନ୍ତି କପୋତ ଉଡାଯାଉଥିଲା। ଚାଇନା ପୂର୍ବରୁ ଆମର ଯୁଦ୍ଧ ବିମାନ ଥିଲା, କିନ୍ତୁ ୧୯୬୨ ଯୁଦ୍ଧରେ କଂଗ୍ରେସ ଏହାକୁ ବ୍ୟବହାର କରି ନ ଥିଲା। ସ୍ବାଧୀନତା ପରେ ବ୍ରିଟିଶମାନେ ଭାରତରେ ବର୍ଷେ ଦୁଇ ବର୍ଷ ରହିଲେ। ଜଣେ ବ୍ରିଟିଶ ଦୁଇ ବର୍ଷ ଧରି ଭାରତର କମାଣ୍ଡର ଥିଲେ କାହିଁକି? ଏହି ପ୍ରଶ୍ନଗୁଡିକର ଉତ୍ତର ଦିଆଯାଇ ନାହିଁ। ଇଣ୍ଡିଆ ମେଣ୍ଟ ନେଇ ସେ କହିଛନ୍ତି କିଛି ଲୋକଙ୍କ କାମ ଖରାପ ହେଲେ ସେମାନେ ସେମାନଙ୍କର ନାମ ପରିବର୍ତ୍ତନ କରନ୍ତି। ୨୦୦୪ ରେ ୟୁପିଏ ଗଠନ କରାଯାଇଥିଲା। ବର୍ତ୍ତମାନ ନାମକୁ ଇଣ୍ଡିଆରେ ପରିବର୍ତ୍ତନ କରାଯାଇଛି। ସେ କହିଛନ୍ତି ତାଙ୍କ ସହଯୋଗୀ ଦଳର ଲୋକମାନେ ମଧ୍ୟ ଏହାର ସମ୍ପୂର୍ଣ୍ଣ ନାମ ଜାଣନ୍ତି ନାହିଁ।

Share