ନବ ଦାସ ହତ୍ୟା ମାମଲାରେ ଭାଜପା ହୀନ ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର,୩୦।୭ (ଅନିଲ ଦାସ): ଓଡ଼ିଶା ଭାଜପା ନେତାଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ସେମାନେ ପ୍ରତି ୧୫ ଦିନରେ ଏହି ସମ୍ବେଦନଶୀଳ ବିଷୟ ଉପରେ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି ବୋଲି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ା
ଶଙ୍ଖ ଭବନଠାରେ ଶନିବାର ଗଣମାଧ୍ୟମକୁ ସେ କହିଛନ୍ତି, ଓଡ଼ିଶା ଭାଜପାର ଏହି ନେତାମାନେ ହୀନ ଉଦ୍ଦେଶ୍ୟ ରଖି ସମ୍ବେଦନଶୀଳ ମାମଲାଗୁଡ଼ିକୁ ଅଧିକ ସ୍ପର୍ଶକାତର କରିବା ପାଇଁ ତାହା ଉପରେ ମନଗଢ଼ା ଏବଂ ମିଥ୍ୟା ବିବୃତି ଦେଉଛନ୍ତି ା ଯଦି ଓଡ଼ିଶା ଭାଜପା ନେତାଙ୍କ ପାଖରେ ଏହା ଉପରେ କିଛି କହିବାକୁ ଅଛି, ତେବେ ସେମାନେ କାହିଁକି ଅଦାଲତଙ୍କ ନିକଟକୁ ଯାଇ ତଥ୍ୟ ପ୍ରମାଣ ଦାଖଲ କରୁନାହାନ୍ତି। ଓଡ଼ିଶାର ଲୋକମାନେ ଏଭଳି ନକାରାତ୍ମକ, ଶସ୍ତା ଏବଂ କୁତ୍ସିତ ରାଜନୀତିକୁ ସବୁବେଳେ ନାପସନ୍ଦ କରିଥାନ୍ତି ବୋଲି ତୁମ୍ବନାଥ କହିଛନ୍ତି ।

Share