ନୂଆଦିଲ୍ଲୀ,୧୯।୭: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଟକ୍କର ଦେବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍ ନ୍ୟାଶନାଲ୍ ଡେଭେଲପ୍ମେଣ୍ଟାଲ୍ ଇନ୍କ୍ଲୁସିଭ୍ ଆଲାଏନ୍ସ(ଇଣ୍ଡିଆ)ଘୋଷଣା କରାଯାଇଛି। ବିରୋଧୀ ମିଳିତ ବୈଠକରେ ‘ଇଣ୍ଡିଆ’ ଗଠନ ହେବାର ଦିନକ ପରେ ମମତା ଭାଜପାକୁ ଟାର୍ଗେଟ୍ କରିଛନ୍ତି।
ବୁଧବାର ମମତା କହିଛନ୍ତି, ଯେଉଁମାନଙ୍କର କୌଣସି କାମ ନାହିଁ ସେମାନେ କେବଳ ହିଂସା କରନ୍ତି ଏବଂ ବିରୋଧ କରନ୍ତି। ଏହା ହେଉଛି ଭାଜପାର କାମ, କିନ୍ତୁ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଦେଇ ଏହାର ଜବାବ ଦେବେ। ‘ଇଣ୍ଡିଆ’ ନିର୍ବାଚନର ସମ୍ମୁଖୀନ ହେବ। ଗତକାଲି ଠାରୁ ସେମାନେ (ଭାଜପା) ଭୟରେ କମ୍ପୁଛି।
ମଙ୍ଗଳବାର ଗୋଟିଏ ପଟେ ବିରୋଧୀ ଦଳ ନିଜର ମିଳିତ ମେଣ୍ଟ ଘୋଷଣା କରିଥିବାବେଳେ ଅନ୍ୟପଟେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ର ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା।