Categories: ଜାତୀୟ

ବିଜୟୀ ୩ ରାଜ୍ୟରେ ୨ ଜଣିଆ ଉପମୁଖ୍ୟମନ୍ତ୍ରୀ ଫର୍ମୂଲା ଉପରେ ଚିନ୍ତା କରୁଛି ଭାଜପା…

ନୂଆଦିଲ୍ଲୀ,୬।୧୨ : ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ସଂଖ୍ୟାଗରିଷ୍ଠତାରେ ବିଧାନସଭା ନିର୍ବାଚନରେ ଜିତିବା ପରେ ବର୍ତ୍ତମାନ ଏହି ତିନୋଟି ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ନାନା କଳ୍ପଜାଳ୍ପନା ଚାଲିଛି। ଚର୍ଚ୍ଚା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନରେ ନିଷ୍ପତ୍ତି ନେଇ ସାରିଛନ୍ତି ଏହି ରାଜ୍ୟଗୁଡିକରେ କିଏ କମାଣ ସମ୍ଭାଳିବେ। କିନ୍ତୁ ଯେପର୍ଯ୍ୟନ୍ତ ପର୍ଯ୍ୟବେକ୍ଷକ ନିଯୁକ୍ତ ନ ହୋଇଛନ୍ତି ଏବଂ ବିଧାୟକ ଦଳ ସହିତ ଏକ ବୈଠକ ଅନୁଷ୍ଠିତ ନ ହୋଇଛି, ସେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ନାହିଁ।

ସୂଚନାନୁସାରେ, ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇପାରେ। ରାଜସ୍ଥାନରେ ବସୁନ୍ଧରା ରାଜେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇପାରେ। ଛତିଶଗଡରେ ରେଣୁକା ସିଂ କିମ୍ବା ଅରୁଣ ସାଓ୍ବଙ୍କୁ ମୁଖ୍ୟମନ୍ତ୍ରୀ କରା ଯାଇପାରେ। ଏହି ତିନୋଟି ରାଜ୍ୟରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବେ ବୋଲି ଚର୍ଚ୍ଚା ହେଉଛି।

ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ତିନୋଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ନେଇ ଭାଜପା ନିଷ୍ପତ୍ତି ନେବାକୁ ଚାହୁଁଛି।

 

Share