Categories: ଜାତୀୟ

ଭାଜପା ଇଭିଏମ୍‌ ହ୍ୟାକ୍‌ କରିବାକୁ ଚେଷ୍ଟା କରୁଛି, ଆମକୁ ପ୍ରମାଣ ମିଳିଛି: ମମତା

କୋଲକତା,୪।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’ ୨୦୨୪ ଲୋକସଭା ନିର୍ବାଚନରେ ଜିତିବ ବୋଲି ଦାବି କରିଛନ୍ତି। ଭାଜପାକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ନିର୍ବାଚନରେ ଜିତିବା ପରେ ଆମର ମିଳିତ ମେଣ୍ଟ ଦେଶର ଲୋକଙ୍କ ପାଇଁ କାମ କରିବ।
ଟିଏମସି ମୁଖ୍ୟ ମମତା ବାନାର୍ଜୀ କୋଲକାତାର ରାଜ୍ୟ ସଚିବାଳୟରେ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ‘ଇଣ୍ଡିଆ’ ଜିତିବ ଏବଂ ସରକାର ଗଠନ କରିବ। ଭାରତ ଦେଶକୁ ଧ୍ୱଂସ, ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ବେକାରୀରୁ ରକ୍ଷା କରିବ।
ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନରେ ଜିତିବା ପାଇଁ ଭାଜପା ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ)କୁ ହ୍ୟାକ କରିବାକୁ ଚେଷ୍ଟା କରୁଛି। ଏହାର ପ୍ରମାଣ ମଧ୍ୟ ମିଳିଛି। ଆମେ ଅଧିକ ପ୍ରମାଣ ପାଇବାକୁ ଚେଷ୍ଟା କରୁଛୁ।

Share