Categories: ଜାତୀୟ

‘ଟେକ୍‌ ଫଗ୍‌’ ଗୁପ୍ତ ଆପ୍‌ ବ୍ୟବହାର କରୁଛି ଭାଜପା’

ନୂଆଦିଲ୍ଲୀ,୮ା୧: ଭାଜପା ଆଇଟି ସେଲ୍‌ ଟେଣ୍ଡ୍‌ସରେ ଜାଲିଆତି କରି କେତେକ ଅଚଳ ହ୍ବାଟ୍ସଆପ୍‌ ଆକାଉଣ୍ଟ ଜରିଆରେ ମେସେଜ ପଠାଉଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଡେରେକ୍‌ ଓ’ବ୍ରାଏନ୍‌ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ସ୍ବରାଷ୍ଟ୍ର ବ୍ୟାପାର ସଂସଦୀୟ ସ୍ଥାୟୀ କମିଟି ଏହାର ତଦନ୍ତ କରୁ ବୋଲି ସେ ପ୍ୟାନେଲ ଅଧ୍ୟକ୍ଷ ଆନନ୍ଦ ଶର୍ମାଙ୍କ ନିକଟକୁ ପତ୍ର ଲେଖିଛନ୍ତି।

ରାଜ୍ୟ ସଭାରେ ଟିଏମ୍‌ସି ନେତା ଓ’ବ୍ରାଏନ୍‌ ସ୍ବରାଷ୍ଟ୍ର ବ୍ୟାପାର ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଆନନ୍ଦ ଶର୍ମାଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ‘ଟେକ୍‌ ଫଗ୍‌’ ନାମରେ ଏକ ଗୁପ୍ତ ଆପ୍‌କୁ ଭାଜପା ଆଇଟି ସେଲ୍‌ ବ୍ୟବହାର କରୁଥିବା ସାମ୍ନାକୁ ଆସିଛି। ଏହି ଆପ୍ଲିକେଶନ ଏନ୍‌କ୍ରିପ୍ଟେଡ୍‌ ମେସେଜିଂ ପ୍ଳାଟ୍‌ଫର୍ମଗୁଡ଼ିକ ଭିତରକୁ ପ୍ରବେଶ କରି ସାମାଜିକ ଗଣମାଧ୍ୟମରେ ହେଉଥିବା କଥୋପକଥନର ତଥ୍ୟ ହାସଲ କରିବାରେ ସକ୍ଷମ। ଏହା ଜାତୀୟ ସୁରକ୍ଷା ଓ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବା ସହ ନାଗରିକଙ୍କ ପ୍ରିଭେସି ନିରାପତ୍ତାକୁ ଗମ୍ଭୀର ଭାବେ ପ୍ରଭାବିତ କରିପାରେ। ତେଣୁ ତୁରନ୍ତ ଏହାର ତଦନ୍ତ ଜରୁରୀ ବୋଲି ଷ୍ଟାଣ୍ଡି କମିଟି ସଦସ୍ୟ ଥିବା ଓ’ବ୍ରାଏନ୍‌ ଦାବି କରିଛନ୍ତି।

Share