Categories: ଜାତୀୟ

ଭାଜପା ନେତାଙ୍କ ଜନଆଶୀର୍ବାଦ ରାଲିରେ କରୋନା ନିୟମକୁ ଭୁଲିଗଲେ ଲୋକେ: ଦାଖଲ ହେଲା ୧୯ ଏଫ୍‌ଆଇଆର୍‌

ମୁମ୍ବାଇ,୨୦ ।୮: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ମୁମ୍ବାଇରେ କରିଥିବା ଜନଆଶୀର୍ବାଦ ରାଲିରେ କରୋନା ନିୟମକୁ ଭୁଲିଯାଇଛନ୍ତି । ଏହାପରେ ପୋଲିସ ପକ୍ଷରୁ ଏହି ରାଲିକୁ ନେଇ ୧୯ଟି ଏଫ୍‌ଆଇଆର୍ ଦାଖଲ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ନାରାୟଣ ରାଣେ ଗୁରୁବାର ମୁମ୍ବାଇରେ ଜନଆଶୀର୍ବାଦ ରାଲି ବାହାର କରିଥିଲେ । ଯାହା ସହରର ଭିନ୍ନ ଭିନ୍ନ ଅଞ୍ଚଳ ବୁଲିଥିଲା । ପୋଲିସର ସୂଚନା ମୁତାବକ ଏହି ରାଲି ସମୟରେ କରୋନା ନିୟମକୁ ଅଣଦେଖା କରାଯାଇଥିଲା । ପୋଲିସ କହିଛି ମୁମ୍ବାଇରେ ଏବେ କରୋନା ସଂକ୍ରମଣ ସାମାନ୍ୟ କମ୍ ରହିଛି । ଆଉ ଏହି ସମୟରେ ନିୟମ ନ ମାନିଲେ ପୁଣି ସଂକ୍ରମଣ ବୃଦ୍ଧି ପାଇବ । ସରକାରଙ୍କ ‘ବ୍ରେକ୍ ଦ ଚେନ୍‌’ ନିୟମ ଅନୁଯାୟୀ ଲୋକଙ୍କୁ କରୋନାର ସମସ୍ତ ନିୟମ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ହେଲେ ଗୁରୁବାରର ଜନଆଶୀର୍ବାଦ ରାଲି ଏ ସମସ୍ତ ନିୟମକୁ ଭୁଲି ଯାଇଥିଲା ।

Share