Categories: ଜାତୀୟ

ଭାଜପା-ଜେଡିୟୁ ଆସନ ବୁଝାମଣା: ୫୦-୫୦ ଫର୍ମୂଲା ଉପରେ ନୀତିଶ ରାଜି !

ପାଟନା, ୪।୧୦: ବିହାର ବିଧାନ ସଭା ନିର୍ବାଚନ ପାଇଁ ଭାଜପା ଏବଂ ଜେଡିୟୁ ମଧ୍ୟରେ ଆସନ ବୁଝାମଣାରେ ସହମତି ପ୍ରକାଶ ପାଇଥିବା କୁହାଯାଉଛିି। ୫୦-୫୦ ଫର୍ମୂଲା ଉପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜି ଅଛନ୍ତି। ରାଜ୍ୟରେ ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ଜେଡ଼ିୟୁ ୧୨୨ ଆସନରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଥିବାବେଳେ ଭାଜପା ୧୨୧ ଆସନରେ ନିର୍ବାଚନ ଲଢ଼ିବ ବୋଲି କୁହାଯାଉଛି। ସେହିପରି ଚିରାଗ ପାସଓ୍ବାନଙ୍କ ଏଲ୍‌ଜେପି ୧୪୩ ଆସନରେ ପ୍ରାର୍ଥୀ ଦେବାକୁ ସଙ୍କେତ ମଧ୍ୟ ଦେଇସାରିଛି। ତେବେ ରାମବିଳାସ ପାସଓ୍ବାନଙ୍କ ସ୍ବାସ୍ଥ୍ୟ ସ୍ଥିତି ନେଇ ଚିରାଗ ବିଧାନସଭା ରଣନୀତିଠାରୁ ଦୂରେଇ ରହୁଛନ୍ତି। ଭାଜପା ଚଳିତ ଥର ବିଧାନସଭା ନିର୍ବାଚନରେ ନୀତିଶଙ୍କ ବଡ଼ ଭାଇ ପଣିଆ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିବା ଚର୍ଚ୍ଚା ହେଉଛି। ସେଥିପାଇଁ ନୀତିଶ ୫୦-୫୦ ଫର୍ମୂଲା ଉପରେ ବାଧ୍ୟ ହୋଇ ସହମତି ପ୍ରକାଶ କରିଛନ୍ତି।

Share