Categories: ଜାତୀୟ

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ଶେଷ ହେବ ସସପେନ୍ସ, ଶନିବାର ହେବ ଘୋଷଣା ମୁଖ୍ୟମନ୍ତ୍ରୀଙ୍କ ନାଁ!

ନୂଆଦିଲ୍ଲୀ,୮।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ପର୍ଯ୍ୟବେକ୍ଷକଙ୍କ ନାମ ଭାଜପା ଘୋଷଣା କରିଛି। ଏହି ପର୍ଯ୍ୟବେକ୍ଷକମାନେ ପ୍ରତ୍ୟେକ ରାଜ୍ୟରେ ବିଧାୟକଙ୍କ ସହ କଥାବାର୍ତ୍ତା କରିବେ ଏବଂ ମୁଖ୍ୟମନ୍ତ୍ରୀ ଚେହେରା ନାମ ଘୋଷଣା କରିବେ। ଭାଜପା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ରାଜସ୍ଥାନର ପର୍ଯ୍ୟବେକ୍ଷକ କରାଯାଇଛି। ସେହିପରି ବିନୋଦ ତାୱଡେ ଏବଂ ସରୋଜ ପାଣ୍ଡେଙ୍କୁ ତାଙ୍କ ସହକାରୀ ସର୍ବେକ୍ଷଣକାରୀ ଭାବରେ ପଠାଯାଇଛି।

ଏହି ପର୍ଯ୍ୟବେକ୍ଷକମାନେ ଶନିବାର ସମସ୍ତ ତିନୋଟି ରାଜ୍ୟରେ ବିଧାୟକ ଦଳ ବୈଠକକୁ ଯାଉଛନ୍ତି। ସୂଚନାନୁସାରେ, ପର୍ଯ୍ୟବେକ୍ଷକମାନେ ସକାଳେ ତିନୋଟି ରାଜ୍ୟକୁ ଯିବେ ଏବଂ ବିଧାୟକଙ୍କ ସହ ଆଲୋଚନା କରିବା ପରେ ଶନିବାର ସା ସୁଦ୍ଧା ସିଏମ ପଦବୀ ପାଇଁ ନାମ ଘୋଷଣା କରିଦେବେ। ମଧ୍ୟପ୍ରଦେଶକୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେ ଲକ୍ଷ୍ମଣ ଏବଂ ଆଶା ଲାକ୍ରାଙ୍କୁ ପର୍ଯ୍ୟବେକ୍ଷକ ଭାବରେ ପଠାଯାଇଛି।

ଛତିଶଗଡର ମୁଖ୍ୟମନ୍ତ୍ରୀ ଚେହେରା ବାଛିବା ଦାୟିତ୍ୱ ଭାଜପା କେନ୍ଦ୍ର ମନ୍ତ୍ରୀ ସରବାନନ୍ଦ ସୋନେୱାଲଙ୍କୁ ଦେଇଛନ୍ତି। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ଭାଜପା ନେତା ଦୁଷ୍ୟନ୍ତ କୁମାର ଗୌତମଙ୍କୁ ମଧ୍ୟ ପଠାଯାଇଛି।

Share