Categories: ଜାତୀୟ

ହରିୟାଣାରେ ହାରିଗଲେ ଅଜୟ ମାକେନ

ଚଣ୍ଡିଗଡ଼,୧୧ ।୬: ଦେଶର ୪ ରାଜ୍ୟରେ ୧୬ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ଭୋଟ ଗ୍ରହଣର ଫଳାଫଳ ସାମ୍ନାକୁ ଆସିଛି । କର୍ନାଟକ ଓ ରାଜସ୍ଥାନ ପରେ ଏବେ ହରିୟାଣାର ଫଳାଫଳ ସାମ୍ନାକୁ ଆସିଛି । ଶୁକ୍ରବାର ବିଳମ୍ବିତ ରାତିରେ ଆସିଥିବା ଏହି ଫଳଫଳ ଅନୁଯାୟୀ, ହରିୟାଣାର ଗୋଟିଏ ଆସନରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଅନ୍ୟ ଗୋଟିଏ ଆସନରେ ନିର୍ଦ୍ଦଳୀୟ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ବିଜୟୀ ହାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ହରିୟାଣାରେ ଭାଜପାର କୃଷ୍ଣ ଲାଲ ପାୱାର ଓ ନିର୍ଦ୍ଦଳୀୟ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ରାଜ୍ୟ ସଭା ପାଇଁ ମନୋନିତ ହୋଇଛନ୍ତି । ତେବେ ଅଧିକାରୀଙ୍କ ସୂଚନା ଅନୁଯାୟୀ କଂଗ୍ରେସ ନେତା ଅଜୟ ମାକେନ ହାରି ଯାଇଛନ୍ତି । ତେବେ ମାର୍ଜିନ ଭୋଟରେ ମାକେନ ହାରିଯାଇଥିବା କହିଛନ୍ତି କଂଗ୍ରେସ ବିଧାୟକ ଭାରତ ଭୂଷଣ ବତ୍ରା ।
ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାହାସହ ଏହା ଗଣତନ୍ତ୍ରର ବିଜୟ ବୋଲି ସେ କହିଛନ୍ତି ।

Share