Categories: ଜାତୀୟ

ଗଡସେ-କସାବଙ୍କୁ ରାଜୀବଙ୍କ ସହ ତୁଳନା କଲେ ଭାଜପା ନେତା

ନୂଆଦିଲ୍ଲୀ,୧୭।୫: ଭୋପାଳର ଭାଜପା ନେତ୍ରୀ ପ୍ରଜ୍ଞା ସିଂ ଠାକୁର ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପରେ ଆରମ୍ଭ ହୋଇଛି ଶୀତଳ ଯୁଦ୍ଧ। ଏବେ କର୍ନାଟକର ଭାଜପା ସାଂସଦ ନଳିନୀ କୁମାର କାଟିଲ ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ନାଥୁରାମ ଗଡସେ ଓ ଆତଙ୍କବାଦୀ କସାବ ସହ ତୁଳନା କରି ବିବାଦକୁ ଚାଲି ଆସିଛନ୍ତି। ନଳିନୀ କହିଛନ୍ତି ଗଡସେ ଜଣଙ୍କୁ ମାରିଥିଲେ, କସାବ ୭୨ ଜଣଙ୍କୁ ଆଉ ରାଜୀବ ଗାନ୍ଧୀ ୧୭ ହଜାରଙ୍କୁ ମାରିଥିଲେ। ଏବେ ଆପଣମାନେ କୁହନ୍ତୁ ଏମାନଙ୍କୁ ମଧ୍ୟରୁ କିଏ ବେଶି କ୍ରୁର। କଂଗ୍ରେସ ଏହାକୁ ନେଇ ଘୋର ବିରୋଧ କରୁଥିବା ବେଳେ ଏବେ ନଳିନୀଙ୍କର ଏହି ବିବାଦୀୟ ବୟାନ ଆଲୋଚନାର ପରିସରକୁ ଆସିଛି ଓ ଭାଜପା ଅଧ୍ୟକ୍ଷ ଏହାର ଜବାବ ମାଗିଛନ୍ତି।

Share