Categories: ଜାତୀୟ

୩୦୦ ବର୍ଷ ପୁରୁଣା ମନ୍ଦିର ଉପରେ ଚଢିଲା ବୁଲ୍‌ଡୋଜର

ଜୟପୁର,୨୨।୪: ରାଜସ୍ଥାନର ଅଲୱାରରେ ୩୦୦ ବର୍ଷ ପୁରୁଣା ଶିବ ମନ୍ଦିର ବୁଲ୍‌ଡୋଜର ଦ୍ୱାରା ଭାଙ୍ଗି ଦିଆଯାଇଛି। ଶିବ ମନ୍ଦିରରେ ଜୋତା ପିନ୍ଧିବା ଏବଂ ମୂର୍ତ୍ତିଗୁଡ଼ିକ ଉପରେ କଟର ମେଶିନ ଚଲାଇବା ଦ୍ୱାରା ହିନ୍ଦୁତ୍ୱ ସଂଗଠନଗୁଡ଼ିକ ବିରୋଧ ପ୍ରଦର୍ଶନ କରିଛନ୍ତି। ମ୍ୟୁନିସିପାଲିଟିର ଇଓ, ଏସ୍‌ଡିଏମ୍‌ ଏବଂ ରାଜଗଡ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି ହୋଇଛି।
ଏହି ଘଟଣାକୁ ନେଇ ଭାଜପାର ଆଇଟି ସେଲ ମୁଖ୍ୟ ଅମିତ ମାଲଭିଆ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କରୌଲି ଏବଂ ଜାହାଙ୍ଗୀରପୁରୀ ଘଟଣା ଉପରେ ଲୁହ ଗଡାଉଥିବା ଏବଂ ହିନ୍ଦୁମାନଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇବା-ଏହି ହେଉଛି କଂଗ୍ରେସର ଧର୍ମନିରପେକ୍ଷତା।
ସୂଚନାଯୋଗ୍ୟ, ଅଲୱାରର ରାଜଗଡରେ ଥିବା ଏକ ଶିବ ମନ୍ଦିରରେ ବୁଲଡୋଜର ଚାଲିଛି। ବର୍ଷ ପୁରୁଣା ଏହି ଶିବ ମନ୍ଦିରରେ ଥିବା ମୂର୍ତ୍ତିଗୁଡ଼ିକ ଖଣ୍ଡବିଖଣ୍ଡିତ ହୋଇ ପଡିରହିଛି।

Share