Categories: ଜାତୀୟ

ହତ୍ୟା ମାମଲରେ ଗିରଫ ହେଲେ ପଶ୍ଚିମବଙ୍ଗର ଭାଜପା ନେତା

ବର୍ଦ୍ଧମାନ,୨୧।୩ : ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ୭୪ ବର୍ଷୀୟ ବୃଦ୍ଧଙ୍କ ହତ୍ୟା ମାମଲାରେ ଭାଜପା ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ତିନି ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରାଯିବା ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ସେମାନଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି।

ରାଇନା ଥାନା ଅନ୍ତର୍ଗତ ପୋଷ୍ଟ ଅଫିସ ପାରାସ୍ଥିତ ଘରେ ବୃଦ୍ଧାଙ୍କୁ ଗୁଳି କରି ଚଳିତ ମାସ ୯ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ ଘରେ ଲୁଟ୍‌ ଉଦ୍ଦେଶ୍ୟ ଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ। କାରଣ ଘଟଣା ଦିନ ବୃଦ୍ଧ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ। ତେବେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଦୁର୍ଘଟଣା ବଶତଃ ଶୁଟ୍‌ କରିଥିବା ସ୍ବୀକାର କରିଛନ୍ତି। ବୃଦ୍ଧ ତଳେ ପଡ଼ିଯିବା ପରେ ସେମାନ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଫୋନକୁ ଟ୍ରାକ କରି ୩ ଅଭିଯୁକ୍ତଙ୍କୁ ପୋଲିସ ଧରିଥିଲା।

Share