Categories: ଜାତୀୟ

ଭାଜପା ନବନିର୍ବାଚିତ ରାଜ୍ୟସଭା ଏମ୍‌ପି ଗୁରୁତର

ବେଙ୍ଗାଲୁରୁ,୧୭।୯- ନବର୍ନିବାଚିତ ରାଜ୍ୟସଭା ଏମ୍‌ପି ତଥା କର୍ନାଟକ ଭାଜପା ନେତା ଅଶୋକ ଗାସ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ମହାମାରୀ କରୋନାରେ ଅଶୋକ ଆକ୍ରାନ୍ତ ହେବା ପରେ ତାଙ୍କୁ ସେପ୍ଟେମ୍ବର ୨ରେ ରାଜଧାନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଥିଲେ। ଏବେ ତାଙ୍କ ସ୍ବାସ୍ଥ୍ୟଅବସ୍ଥା ଗୁରୁତର ରହିଥିବା ଗୁରୁବାର ହସ୍ପିଟାଲ ପକ୍ଷରୁ କୁହାଯାଇଛି। ସେହିଭଳି କରୋନା ଆକ୍ରାନ୍ତ ଅଶୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜଟିଳ ଥିବା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏକ ବିବୃତ୍ତିରେ କହିଛନ୍ତି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଅଶୋକଙ୍କ ବିୟୋଗ ଘଟିଥିବା ନେଇ ଗୁରୁବାର ଅପରାହ୍ନରେ ଖବର ପ୍ରକାଶ ପାଇବା ପରେ ଉପରାଷ୍ଟ୍ରପତି ଏହି ବିବୃତ୍ତି ରଖିଛନ୍ତି।

Share