କରୋନାରେ ସଂକ୍ରମିତ ହେବା ପରେ ମମତାଙ୍କୁ ଆଲିଙ୍ଗନ କରିବା କଥା କହିଥିବା ଭାଜପା ନେତା କରୋନା ପଜିଟିଭ

କୋଲକାତା,୨ ।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ସଚିବ ଅନୁପମ ହାଜରାଙ୍କ କରୋନା ଟେଷ୍ଟ ରିପୋର୍ଟ ଶୁକ୍ରବାର ପଜିଟିଭ ଆସିଥିବା ଜଣାପଡିଛି । ଏବେ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, କିଛି ଦିନ ପୂବରୁ ହାଜରା କହିଥିଲେ ଯେ ସେ ଯଦି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୁଅନ୍ତି ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜିଙ୍କୁ ଆଲିଙ୍ଗନ କରିବେ । ସ୍ୱାସ୍ଥ୍ର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅନୁପମ ହାଜରା ଅସୁସ୍ଥ ଅନୁଭବ କରିବାରୁ ତାଙ୍କର ସାମ୍ପଲ ଟେଷ୍ଟ ପାଇଁ ନିଆଯାଇଥିଲା । ଏହାପରେ ସେ କରୋନାରେ ପୀଡ଼ିତ ଥିବା ଜଣାପଡିଛି । ହାଜରା ପ୍ରଥମେ ତ୍ରଣମୂଳ କଂଗ୍ରେସରେ ଥିଲେ ହେଲେ ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାରେ ସାମିଲ ହୋଇଥିଲେ । ତେବେ କରୋନା ସଂକ୍ରମଣକୁ ନେଇ ସେ ଯେଉଁ ବିବାଦୀୟ ବୟାନ ଦେଇଥିଲେ ଏହାପରେ ତ୍ରୁଣମୂଳ କଂଗ୍ରେସ ତାଙ୍କୁ ଅପରିପକ୍ୱ ବୋଲି କହିବା ସହ ସିଲିଗୁଡିରେ ତାଙ୍କ ନାଁରେ ଅଭିଯୋଗ ବି କରିଥିଲା ।

Share