Categories: ଜାତୀୟ

ଭାଜପା ଯୁବ ନେତା ଅର୍ଜୁନଙ୍କ ମୃତଦେହର ଆର୍ମି କମାଣ୍ଡ ହସ୍ପିଟାଲରେ ହେବ ପୋଷ୍ଟ ମଟର୍ମ: ହାଇକୋର୍ଟ

କୋଲକାତା,୭ ।୫: ଭାରତୀୟ ଜନତା ପାର୍ଟି(ଭାଜପା)ର ଯୁବ ନେତା ଅର୍ଜୁନ ଚୌରାସିଆଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ମୃତଦେହର ପୋଷ୍ଟ ମର୍ଟମ ଆର୍ମି ହସ୍ପିଟାଲରେ କରାଯିବ । ଏହାସହ ସମସ୍ତ ପ୍ରକ୍ରିୟାର ଭିଡିଓ ଗ୍ରାଫି କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚୌରାସିଆଙ୍କ ମୃତଦେହ ରହସ୍ୟମୟ ଅବସ୍ଥାରେ ମିଳିଥିବାରୁ ଭାଜପା ପକ୍ଷରୁ କୋଲକାତା ହାଇକୋର୍ଟରେ ମାମଲା ଦାଖଲ କରାଯାଇଥିଲା ।
ଏହା ପୂର୍ବରୁ ପୋଲିସ କହିଥିଲା, ଭାଜପାର ଯୁବ ନେତା ଅର୍ଜୁନ ଚୌରାସିଆଙ୍କ ମୃତଦେହ କାଶୀପୁର ଘୋଷ ବାଗାନ ଅଞ୍ଚଳରେ ଏକ ଶୁନଶାନ କୋଠା ଭିତରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଭାଜପା ଅଭିଯୋଗ କରିଥିଲା କି ଅର୍ଜୁନଙ୍କୁ ହତ୍ୟା ତ୍ରୁଣମୂଳ କଂଗ୍ରେସ(ଟିଏମସି) ଦ୍ୱାରା କରାଯାଇଛି । ହେଲେ ଟିଏମ୍‌ସି ଏହାକୁ ଏଡାଇ ଯାଇଛି । ହତ୍ୟାର ସୂଚନା ମିଳିବା ପରେ ପଶ୍ଚିମବଙ୍ଗକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୃତକଙ୍କ ପରିବାରକୁ ଭେଟିଛନ୍ତି ।

Share