କୋଲକାତା, ୨୧ା୨ ଯୁବ ଭାଜପା ନେତ୍ରୀ ପାମେଲା ଗୋସ୍ବାମୀ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ପଶ୍ଚିମବଙ୍ଗ ସାଉଥ୍ କୋଲକାତାର ନୂଆ ଆଲିପୋର ଅଞ୍ଚଳରୁ ଶୁକ୍ରବାର ଗିରଫ କରାଯାଇଛି। ତାଙ୍କ ନିକଟରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ଶହେ ଗ୍ରାମର କୋକେନ ଜବତ କରାଯାଇଥିବା ପୋଲିସ ଶନିବାର କହିଛି। ଭାଜପା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଓ ସୁରକ୍ଷାକର୍ମୀ ପ୍ରବୀର କୁମାର ଦେ ଏକ କାର୍ରେ ଯାଉଥିବାବେଳେ ପୋଲିସ ଉଭୟଙ୍କୁ ଅଟକାଇଥିଲା। ପାମେଲାଙ୍କ ପର୍ସରୁ କୋକେନ ମିଳିଥିଲା ବୋଲି ପୋଲିସ ସୂଚନା ଦେଇଛି। ଭାଜପାର ଜଣେ ମହିଳା ସଦସ୍ୟ ଡଗ୍ସ କାରବାରରେ ଲିପ୍ତ ହେବା ଲଜ୍ଜାଜନକ କଥା ବୋଲି ଶାସକ ତୃଣମୂଳ କଂଗ୍ରେସ(ଟିଏମ୍ସି) ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଛନ୍ତି। ତେବେ ଟିଏମ୍ସି ପକ୍ଷରୁ ଏହା ଭାଜପା ବିରୋଧୀ ଷଡ଼ଯନ୍ତ୍ର ବୋଲି ଭାଜପା ଏମ୍ପି ଲକେଟ ଚାଟାର୍ଜୀ କହିଛନ୍ତି।