ପାଟଣା,୫ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଫିସ ସମ୍ମୁଖରେ ପାଟଣା ଭାଜପା ପକ୍ଷରୁ ରବିବାର ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରାଯାଇଛି। ବିଜେଡି ଶାସନରେ ବିପର୍ଯ୍ୟସ୍ତ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତିବାଦରେ ଭାଜପା ନେତା ଓ କର୍ମୀମାନେ କଳା ବ୍ୟାଜ୍ ପରିଧାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ସ୍ଲୋଗାନ ଦେଇଥିଲେ। ଭାଜପା ଜିଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶବୀର ଦାଶ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ପଲେଇ,ମହିଳା ମୋର୍ଚ୍ଚା ଜିଲା ଉପସଭାପତି ସୋମବାରୀ ମୁଣ୍ଡା, ପାଟଣା ମଣ୍ଡଳ ସଭାପତି ରମେଶ ମହାନ୍ତ, ଯୁବମୋର୍ଚ୍ଚା ନେତା ନିତେଶ ମହାନ୍ତ, ମଧୁସୂଦନ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ବ୍ରଜମୋହନ ମହାନ୍ତ, ମୁରଲୀଧର ମହାନ୍ତ, ଅର୍ଜୁନ ମହାନ୍ତ ଓ ରବୀନ୍ଦ୍ର ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।