Categories: ଜାତୀୟ

ଗୁମର ଖୋଲିଲେ ଭାଜପା ନେତା: ବିମୁଦ୍ରୀକରଣ ସମୟରେ ସୁରଟରେ ହୋଇଥିଲା ୨ ହଜାର କୋଟିର ଦୁର୍ନୀତି

ନୂଆଦିଲ୍ଲୀ, ୨୨।୧୦: ଦେଶରେ ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ହୋଇଥିଲା। ଇତିମଧ୍ୟରେ ଏହାକୁ ବହୁ ବିତର୍କ ଜାରି ରହିଛି। ତେବେ ଭାଜପା ନେତା ପି.ଭି.ଏସ୍‌ ଶର୍ମାଙ୍କ ପକ୍ଷରୁ ସୋସିଆଲ ମିଡ଼ିଆରେ ଏସମ୍ପର୍କରେ କରାଯାଇଥିବା ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଶର୍ମା ନିଜ ଟୁଇଟର ହ୍ୟାଣ୍ଡେଲରେ ଅପଲୋଡ୍‌ କରିଛନ୍ତି ଯେ, ଏହି ସମୟରେ ଗୁଜରାଟର ସୁରଟରେ ୨ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳାଧନ ଉପରେ ଅଙ୍କୁଶ ଲଗାଇବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ। ତେବେ ସୁରଟରରେ କଳାଧନ ରଖିଥିବା ଲୋକେ ଏହାକୁ ଧଳା କରିବାରେ ସକ୍ଷମ ହୋଇଥିଲେ। ବିମୁଦ୍ରୀକରଣ ଦିନ ରାତିରେ ସୁରଟରେ ଅଳଙ୍କାର ବ୍ୟବସାୟୀମାନେ ୧୧୦ କୋଟି ଟଙ୍କାର କାରବାର କରିଥିବା ଶର୍ମା ଟୁଇଟ୍‌ କରି କହିଛନ୍ତି। ଶର୍ମା ୧୮ ବର୍ଷ ଆୟକର ବିଭାଗରେ କାର୍ଯ୍ୟ କରିବା ପରେ ଭାଜପାରେ ଯୋଗଦେଇଥିଲେ।

Share